କରୋନାକୁ କାବୁ କରିବା ପାଇଁ ୪ ସପ୍ତାହ କର୍ଫ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

କରୋନାକୁ କାବୁ କରିବା ପାଇଁ ୪ ସପ୍ତାହ କର୍ଫ୍ୟୁ

ପ୍ୟାରିସ୍: କରୋନା ମହାମାରୀକୁ ରୋକିବା ପାଇଁ ବିଭିନ୍ନ ଦେଶ କିଛି କଡ଼ା ପଦକ୍ଷେପ ଉଠାଉଛନ୍ତି। ତେବେ ଫ୍ରାନ୍ସ ସରକାର କରୋନାକୁ ରୋକିବା ପାଇଁ ଦେଶର ବିଭିନ୍ନ ସହରରେ କର୍ଫ୍ୟୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦେଶର ରାଜଧାନୀ ପ୍ୟାରିସ୍ ସମେତ ୯ଟି ସହରରେ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସହରଗୁଡ଼ିକ ହେଲା, ପ୍ୟାରିସ୍, ଆକ୍ସ-ଏନ୍-ପ୍ରୋଭେନ୍ସ, ମାର୍ସିଲେ, ଗ୍ରେନୋବଲ୍, ମଣ୍ଟପେଲିୟର୍, ଟୁଲୁଜ୍, ସେଣ୍ଟ ଏଟିନେ, ଲିଲି ଓ ଲିୟନ୍।

ଏହି କର୍ଫ୍ୟୁ ଶନିବାରଠାରୁ ଲାଗୁ କରାଯିବ ଏବଂ ଏହା ଚାରି ସପ୍ତାହ ଧରି ଜାରି ରହିବ। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏ ନେଇ ଦେଶର ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି, କରୋନା ମହାମାରୀକୁ ରୋକିବା ପାଇଁ କର୍ଫ୍ୟୁ ସବୁଠାରୁ ଶ୍ରେଷ୍ଠ ଉପାୟ। ଏହି କର୍ଫ୍ୟୁ ଦେଶରେ କିଛି ପ୍ରମୁଖ ସହରରେ ଲାଗୁ କରାଯିବ। ଆମେ ନିୟନ୍ତ୍ରଣ ହରାଇ ନାହୁଁ, କିନ୍ତୁ ଆମେ ଏଭଳି ସ୍ଥିତିରେ ଅଛୁ, ଯାହାକୁ ନେଇ ସାମାନ୍ୟ ଚିନ୍ତିତ ଅଛୁ। ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତିଗତ ଯୋଗାଯୋଗ ସବୁଠାରୁ ଅଧିକ ମାରାତ୍ମକ। ତେଣୁ ଏହାକୁ ରୋକିବା ନିହାତି ଆବଶ୍ୟକ। ଏଥିପାଇଁ କର୍ଫ୍ୟୁ ହିଁ ବିକଳ୍ପ ବୋଲି ମାକ୍ରନ୍ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ପରେ ଫ୍ରାନ୍ସରେ କରୋନା ଭାଇରସ୍ ମାମଲା ପୁଣିଥରେ ବୃଦ୍ଧି ପାଇଛି। ଅକ୍ଟୋବର ୧୦ ତାରିଖରେ ଏଠାରେ ଗୋଟିଏ ଦିନରେ ୨୭ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲା। ବୁଧବାର ସୁଦ୍ଧା ଦେଶରେ ୭୫୬୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨,୯୪୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

The post କରୋନାକୁ କାବୁ କରିବା ପାଇଁ ୪ ସପ୍ତାହ କର୍ଫ୍ୟୁ appeared first on Odisha Reporter.



from Odisha Reporter https://ift.tt/3jVu5hY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages