ମହିଳା ସଶକ୍ତିକରଣ ନା ଶକ୍ତିହରଣ? ବିନା ନୋଟିସ୍‌ରେ ମହିଳା ସମିତି ପାଚେରୀ ଭାଙ୍ଗିଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ମହିଳା ସଶକ୍ତିକରଣ ନା ଶକ୍ତିହରଣ? ବିନା ନୋଟିସ୍‌ରେ ମହିଳା ସମିତି ପାଚେରୀ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ନେଇ ଆତ୍ମପ୍ରଚାର ଚଳେଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଏକ ମହିଳା ସମିତିର ପାଚେରୀକୁ ବିନା ନୋଟିସରେ ଭାଙ୍ଗିଦିଆଯାଇଛି।  ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏହି ଘର ସହ ଜମିକୁ ସଂପୃକ୍ତ ମହିଳା ସମିତିକୁ ଦାନ କରାଯାଇଥିଲା। ଓଟିଭି ଉପରେ ଆକ୍ରୋଶ ରଖି ମହିଳା ସମିତିର ପାଚେରୀ ଭାଙ୍ଗିଦିଆଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ମହିଳା ସମିତି ଜାଗା ନିକଟରେ ଓଟିଭିର ସାରୁଅ ଷ୍ଟୁଡ଼ିଓ କାମ କରୁଛି।

ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା ପାଣି ଯିବା ପାଇଁ ରାସ୍ତା ନଥିବାରୁ ପାଚେରୀ ଉଚ୍ଛେଦ କରାଯାଇଛି। କାହା ଜମିରେ ଏହି ପାଚେରୀ ହୋଇଛି ସେ ନେଇ ପରେ ଜଣାପଡ଼ିବ। ବେଆଇନ ଭାବେ ରାସ୍ତା ଅବରୋଧ ହୋଇଥିବାରୁ ଉଚ୍ଛେଦ କରାଯାଉଛି ବୋଲି ତହସିଲଦାର କହିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି କାହିଁକି ବିନା ନୋଟିସରେ ଭଙ୍ଗାଯାଉଛି, କିଏ ଜବରଦଖଲ କରିଥିଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ କାହିଁକି ପ୍ରଶାସନ ତରବରିଆ ଭାବେ ଭାଙ୍ଗୁଛି ବୋଲି ପ୍ରଶ୍ନରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି।

ଖୋର୍ଦ୍ଧା ଉପଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ପ୍ରାକୃତିକ ଜଳସ୍ରୋତକୁ ଅବରୋଧମୁକ୍ତ କରିବାକୁ ପାଚେରି ଭଙ୍ଗାଯାଇଛି। ଅପରପକ୍ଷକୁ ନୋଟିସ ନ କରି ଭାଙ୍ଗିବା ପଛର କାରଣ କଣ ପ୍ରଶ୍ନରେ ଉତ୍ତର ଦେଇ କହିଲେ, ତଥ୍ୟ ଦେଖିଲେ କହିପାରିବି, ନିଶ୍ଚିତ ଭାବେ ପ୍ରୋସେସ ଫଲୋ ହୋଇଥିବ। ଏବେ ମୋ ପକ୍ଷେ କହିବା ସମ୍ଭବ ନୁହେଁ, ତଥ୍ୟ ଅନୁସନ୍ଧାନ ପରେ କହିବି।

ଏହାବ୍ୟତୀତ ସେ କହିଛନ୍ତି, “ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ମୁଁ ଏଠାରେ ଉପସ୍ଥିତ ଥିଲି। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ତଥ୍ୟ ନାହିଁ, କଣ ହୋଇଛି ଅନୁଧ୍ୟାନ କରୁଛି।”

ସାରୁଅ ମହିଳା ସମିତି ପାଚେରୀ ଭଙ୍ଗାଯିବା ନେଇ ଓଟିଭି ନେଟୱାର୍କ ପକ୍ଷରୁ କୁହାଯାଇଛି,  “ଆମକୁ କୌଣସି ନୋଟିସ୍ ମିଳିନି। ଆମେ ଆମ ଜମିରେ CSR ପ୍ରୋଜେରେ ମହିଳା ସମିତି ପାଇଁ ବିଲ୍ଡିଂ ନିର୍ମାଣ କରିଛୁ। ମହିଳା ସମିତି ନିଜସ୍ୱ ଜମିରେ ପାଚେରୀ ତିଆରି କରିଥିଲା। ଆଜି ଭୋରରୁ ସ୍ଥାନୀୟ ତହସିଲଦାର ଟିମ୍‌ ସହ  ପହଞ୍ଚି ପାଚେରି ଭାଙ୍ଗିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ  ଆମକୁ ପୂର୍ବରୁ କୌଣସି ନୋଟିସ ଦିଆଯାଇ ନାହିଁ।”

The post ମହିଳା ସଶକ୍ତିକରଣ ନା ଶକ୍ତିହରଣ? ବିନା ନୋଟିସ୍‌ରେ ମହିଳା ସମିତି ପାଚେରୀ ଭାଙ୍ଗିଲା ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/351Hq1R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages