ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ନେଇ ଅମିତ୍ ଶାହ ଦେଲେ ଏମିତି ମନ୍ତବ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ନେଇ ଅମିତ୍ ଶାହ ଦେଲେ ଏମିତି ମନ୍ତବ୍ୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥାକୁ ନେଇ ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହ ପୁଣିଥରେ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି। ଅମିତ୍ ଶାହ କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି ଏବଂ ସରକାର ଏହାପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ସେଠାରେ ବିରୋଧୀ ନେତାଙ୍କୁ ଆକ୍ରମଣ କରାଯାଉଛି ଏବଂ ଲୋକତନ୍ତ୍ରର ହତ୍ୟା କରାଯାଇଛି। ଏପରି ସ୍ଥିତି ବିଜେପି ନେତାମାନେ ରାଷ୍ଟ୍ରପତି ଶାସନ ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଭୁଲ୍ ନୁହେଁ ବୋଲି ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମିତି ଅମିତ୍ ଶାହ କହିଛନ୍ତି।

ବେଙ୍ଗଲରେ ବିଜେପି ନେତାଙ୍କ ଉପରେ ଆକ୍ରମଣ ଏବଂ ରାଜ୍ୟରେ ଯେଉଁ ହିଂସାର ପରିସ୍ଥିତି ଉପୁଜିଛି, ତାକୁ ଆଖି ଆଗରେ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ଦାବି କରିଆସୁଛି। ଏହାକୁ ନେଇ ଅମିତ୍ ଶାହ କହିଛନ୍ତି, ସେଠାକାର ସ୍ଥିତିକୁ ଦେଖି ଯେଉଁ ରାଜନୀତିକ ପାର୍ଟିର ନେତାମାନେ ଏହି ଦାବି କରିଛନ୍ତି, ତାହା ଯୁକ୍ତିଯୁକ୍ତ। ବର୍ତ୍ତମାନ ସେଠାକାର ସ୍ଥିତି ଯାହା ରହିଛି, ସେଥିପାଇଁ ରାଷ୍ଟ୍ରପତି ଶାସନ ନିହାତି ଦରକାର।

ଅମିତ୍ ଶାହ ଆହୁରି କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ସବୁ ଜିଲ୍ଲାରେ ବୋମା କାରଖାନା ରହିଛି। ତେବେ ସେଠାରେ ଲୋକତନ୍ତ୍ର ସବୁଠାରୁ ବଡ଼ ଚିନ୍ତାର ବିଷୟ ଯେ ବିରୋଧୀ ନେତାଙ୍କୁ ହତ୍ୟା କରାଯାଉଛି। ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ହେଉନାହିଁ। ଆଗରୁ କେରଳରେ ଏଭଳି ଘଟଣା ସାମ୍ନାକୁ ଆସୁଥିଲା, କିନ୍ତୁ ଏବେ ସେଠାରେ ଆଉ ସେମିତି କିଛି ଘଟୁନାହିଁ। ଆଗାମୀ ଦିନରେ ବେଙ୍ଗଲରେ ନିଶ୍ଚୟ ପରିବର୍ତ୍ତନ ହେବ ଏବଂ ବିଜେପି ସରକାର ଗଢ଼ିବ।

ଅମିତ୍ ଶାହ କହିଛନ୍ତି, ଗତବର୍ଷ ପଶ୍ଚିମ ବଙ୍ଗରେ ଅମ୍ଫାନ୍ ବାତ୍ୟା ଆସିଥିଲା, କିନ୍ତୁ ରାଜ୍ୟରେ ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ବାତ୍ୟା ପାଇଁ ଯେଉଁ ବଜେଟ୍ ରାଜ୍ୟକୁ ଦିଆଯାଇଥିଲା, ସେଥିରେ ଖୁବ୍ ଦୁର୍ନୀତି ହେଲା। କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ଖାଦ୍ୟଶସ୍ୟ ଦିଆଗଲା, ସେଥିରେ ବି ଘୋଟାଲା ହେଲା। ତା’ଛଡ଼ା କରୋନା ପାଇଁ ଯେଉଁଭଳି ପ୍ରସ୍ତୁତି ଦରକାର ଥିଲା, ତାହା ମଧ୍ୟ ହେଲା ନାହିଁ। ତେଣୁ ମୋଟାମୋଟି କହିବାକୁ ଗଲେ, ଏବେ ବେଙ୍ଗଲରେ ପରିବର୍ତ୍ତନ ଆବଶ୍ୟକ ହେଉଛି।

The post ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ନେଇ ଅମିତ୍ ଶାହ ଦେଲେ ଏମିତି ମନ୍ତବ୍ୟ appeared first on Odisha Reporter.



from Odisha Reporter https://ift.tt/2T2DacS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages