ମୁମ୍ୱାଇ: ସୋଶାଲ ମିଡିଆରେ ଏବେ ବଲିଉଡ ବିଭିନ୍ନ ପ୍ରସଙ୍ଗରେ ବିବାଦରେ ରହିଛି। ଜଣେ କଳାକାରର ଦକ୍ଷତା, ନେପୋଟିଜିମ୍, ନିଶା କାରବାର, ପରକୀୟା ପ୍ରୀତି ଏବଂ ମାନବିକତା ଆଦିକୁ ନେଇ ବଲିଉଡକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଚାଲିଛି। ମୁଖ୍ୟତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଏବେ ବ୍ୟାକଫୁଟରେ ରହିଛି।
ନିକଟରେ ‘ସଡ଼କ ଟୁ’ ରିଲିଜ ହୋଇଥିଲା ଓଟିଟି ଫ୍ଲାଟଫର୍ମରେ । ହେଲେ ୟୁଟ୍ୟୁବରେ ଅନେକ ୟୁଜର ‘ସଡ଼କ ଟୁ’କୁ ବହୁ ସଂଖ୍ୟାରେ ଡିସଲାଇକ ମାରିଥିଲେ। ଏମିତିକି କମ୍ ସମୟରେ ସର୍ବାଧିକ ଡିସଲାଇକ୍ ପାଇଥିବା ସିନେମା ଭିତରେ ‘ସଡକ ଟୁ’ ସ୍ଥାନ ପାଇଛି।
ଏହାରି ଭିତରେ ଅକ୍ଷୟ କୁମାର ଏବଂ କାଇରା ଆଡଭାନଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଟ୍ରେଲର ରିଲିଜ ହୋଇଛି। ୟୁଟ୍ୟୁବରେ ଏହି ଫିଲ୍ମର ଟ୍ରେଲରକୁ ବହୁ ଲୋକ ଦେଖୁଛନ୍ତି। ହେଲେ ‘ସଡକ ଟୁ’ ଭଳି ଏହି ସିନେମା ଡିସଲାଇକ ନପାଉ ଆଶା ରଖି ଏହି ଟ୍ରେଲର ଭିଡଓରେ ଲାଇକ ଏବଂ ଡିସଲାଇକ୍ ସଂଖ୍ୟା ବନ୍ଦ ରହିଛି। ଖାଲି ୟଟ୍ୟୁବ ନୁହଁ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ଏବଂ ହଟସଷ୍ଟାରରେ ମଧଧ୍ୟ ଲାଇକ, ଡିସଲାଇକ ସଂଖ୍ୟା ବନ୍ଦ ରହିଛି। ସବୁଠୁ ବଡ଼ କଥା ହେଲା ଅକ୍ଷୟ କୁମାର କି କାଇରାଙ୍କ ପରିବାର ପୂର୍ବରୁ ସିନେମାରେ ନାହାନ୍ତି। ନିଜ ଦକ୍ଷତା ପାଇଁ ଗୋଟିଏ ପରେ ଗୋଟିଏ ଫିଲ୍ମ ସେମାନେ କରି ଚାଲିଛନ୍ତି। ଏହି ସିନେମା ଦକ୍ଷିଣ ଭାରତ ଫିଲ୍ମ ନିର୍ମାତା ରାଘବ ଲାଓ୍ୱରେନସ ଥିବା ବେଳେ ଅକ୍ଷୟ କୁମାରଙ୍କ କମ୍ପାନୀ ପ୍ରଯୋଜକ ଦାୟିତ୍ୱରେ ରହିଛି।
ଲାଇକ ଡିସଲାଇକ୍ ସଂଖ୍ୟା ବନ୍ଦ ରହିଥିବା ନେଇ ସୋଶାଲ ମିଡିଆରେ ଟ୍ରୋଲ ହେଉଛି ଏହି ଫିଲ୍ମ।
The post ଡିସଲାଇକ ଭୟ: ‘ସଡ଼କ ଟୁ’ ଭଳି ‘ଲକ୍ଷ୍ମୀ ବମ୍’ ନହେଉ ଆଶା ରଖି ଅକ୍ଷୟଙ୍କ ନୂଆ ଟେକନିକ୍ appeared first on Odisha Reporter.
from Odisha Reporter https://ift.tt/3iK3ItZ
No comments:
Post a Comment