ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ବିବାଦରୁ ଜଣେ ଯୁବକଙ୍କ ତୀରମାଡ଼ରେ ଅନ୍ୟ ଜଣଙ୍କ ଜୀବନ  ଯାଇଛି। ମୃତକ ହେଲେ ସମରା ହେହୁରୀ। ତୀର ମାଡ଼ କରିଥିବା ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସମରା ଓ ଛୋଟରାୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ସମୟରେ ସମରା ଘର ବାହାରେ ଛିଡ଼ା ହୋଇ ନିଜ ପତ୍ନୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ଛୋଟରାୟ କିଛି ଦୂରରୁ ତାଙ୍କୁ ତୀରମାଡ଼ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସମାରାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ବୋଲି ଜଣାଯାଇଛି। ଫେରାର ଛୋଟରାୟଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ୍‌।

The post ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/2HkyUmL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages