‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

ମୁମ୍ୱାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ‘ଆଇଟମ୍’ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ ଏହା କହିଛନ୍ତି। ସେ କହିଛନ୍ତି ଯେ, କମଲ ନାଥ କେବଳ ଇମରତୀ ଦେବୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇ ନାହାନ୍ତି ବରଂ ସମସ୍ତ ଦଳିତ ମହିଳାଙ୍କୁ ଅପମାନିତ କରିଛନ୍ତି। ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ସଭାପତି ରାମଦାସ ଅଠାୱାଲେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଘଟଣାରେ ହସ୍ତକ୍ଷେପ କରିବା ଉଚିତ ଏବଂ ଯଦି କମଲ ନାଥ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରିବା ଦରକାର।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଥିଲେ ମଧ୍ୟ କମଲନାଥ ନିଜ ମନ୍ତବ୍ୟ ପାଇଁ ଜିଦରେ ଅଟଳ ରହିଛନ୍ତି। ସେ କିଛି ବିବାଦୀୟ ମନ୍ତବ୍ୟ ଦେଇ ନାହାନ୍ତି। ବରଂ ତାଙ୍କ ଅର୍ଥକୁ ଅନ୍ୟ ଅର୍ଥରେ ନିଆଯାଇ ପ୍ରସଙ୍ଗ କରାଯାଉଛି ବୋଲି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି।

ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଧରିଥିବା ବେଳେ ଶାସକ ଦଳ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରିଛି।

The post ‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’ appeared first on Odisha Reporter.



from Odisha Reporter https://ift.tt/2IRBIZd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages