ନୂଆଦିଲ୍ଲୀ: ଧରାପଡ଼ିଲେ ଏଟିଏମ୍ କ୍ଲୋନ୍ ଠକ। ଏଟିଏମ୍ କାର୍ଡର କ୍ଲୋନ କରି କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ଦିଲ୍ଲୀର ଗୌତମବୁଦ୍ଧ ନଗର ସାଇବର କ୍ରାଇମ୍ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ନାଇଜେରିଆର ଏବଂ ଅନ୍ୟ ଜଣେ କେନିଆର ବୋଲି ଜଣାପଡ଼ିଛି। ଏହି ଦୁଇ ବିଦେଶୀ ନାଗରିକଙ୍କ ବୟସ ୪୦ ରୁ ୪୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।
ବୁଧବାର ଇଣ୍ଟର-ଷ୍ଟେଟ ଆଫ୍ରିକୀୟ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ ସାଇବର କ୍ରାଇମ ସେଲ ଦ୍ୱାରା ଏଟିଏମ୍ କାର୍ଡ କ୍ଲୋନ କରି କୋଟି କୋଟି ଟଙ୍କା ଠକିଥିଲେ। ଏହାପରେ ଗ୍ରେଟର ନୋଏଡାର କାସା ଗ୍ରାଣ୍ଡ ସୋସାଇଟିରୁ ଏମାନଙ୍କୁ ଗିରଫ କରାଥିବା ପୁଲିସ୍ ସ୍ପଷ୍ଟ କରିଛି।
ପୁଲିସ ସେମାନଙ୍କ ନିକଟରୁ ୯୬ଟି ଏଟିଏମ୍ କ୍ଲୋନ୍ କାର୍ଡ, ୨ କାର୍ଡ କ୍ଲୋନିଂ ମଡ୍ୟୁଲ୍, ୨ଟି ଲାପଟପ୍, ସାତ ମୋବାଇଲ୍ ଫୋନ୍, ଦୁଇଟି କ୍ୟାମେରା, ତିନୋଟି କ୍ୟାମେରା ବ୍ୟାଟେରୀ, ଗୋଟିଏ ଡାଟାକାର୍ଡ, ଦୁଇଟି ପେନ୍ ଡ୍ରାଇଭ୍, ଗୋଟିଏ ମେମୋରୀ କାର୍ଡ, ୧୭ଟି ଡେବିଟ୍ କାର୍ଡ, ଏବଂ ୧୦,୦୦୦ ଟଙ୍କା ନଗଦ ଉଦ୍ଧାର କରାଯାଇଛି।
ଉଭୟ ଅଭିଯୁକ୍ତ ପାଠ ପଢ଼ିବା ପାଇଁ ଭିସା ଆଣି ଗ୍ରେଟର ନୋଏଡାର କାସା ଗ୍ରାଣ୍ଡ ସୋସାଇଟିରେ ରହୁଥିଲେ। ସାଇବର ସେଲର ତଦନ୍ତରୁ ଜଣାପଡିଛି ଯେ ଉଭୟ ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ ଏବଂ ଦିଲ୍ଲୀ ମଧ୍ୟ ଏଟିଏମ କାର୍ଡ କ୍ଲୋନ କରି ଏଟିଏମରୁ ବେଆଇନ ଭାବେ ଟଙ୍କା ଉଠାଇବା ଅପରାଧରେ ସକ୍ରିୟ ଥିଲେ। ପୁଲିସ ଏବେ ସେମାନଙ୍କ ଆକାଉଣ୍ଟକୁ ତଦନ୍ତ କରୁଛି। ପ୍ରାୟ ୯୪ଟି ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାରେ ଏମାନଙ୍କର ସଂପୃକ୍ତି ଥାଇପାରେ ବୋଲି ପୁଲିସ କହିଛି।
ଏଟିଏମ୍ କ୍ଲୋନ୍ କ’ଣ?
ପୁଲିସ କହିଛି ଯେ ଦୀର୍ଘ ଦିନ ଧରି ଲୋକେ ଅଭିଯୋଗ କରୁଥିଲେ ଯେ ତାଙ୍କ ପାଖରେ ଡେବିଟ୍ କାର୍ଡ ରହିଥାଏ ହେଲେ ହଠାତ୍ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଥିବାର ମେସେଜ ମୋବାଇଲକୁ ଆସେ। ଏହାପରେ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଥିଲା ପୁଲିସ। ଗ୍ରେଟର ନୋଏଡାରେ ଥିବା ଅଧିକାଂଶ ଲୋକ ଏହି ଠକେଇର ଶିକାର ହୋଇଥିଲେ। ଏହାପରେ ପୁଲିସ ତଦନ୍ତ କରି ଦୁଇ ଠକକୁ ଗିରଫ କରିଛି।
ତେଣୁ ଆପଣଙ୍କ ଏଟିଏମ କୋଡର ଫଟୋ, କୋଡ ନମ୍ୱର ଆଦିକୁ ଅନ୍ୟ ସହିତ ଶେୟାର ନକରିବା ଦରକାର। କାରଣ କ୍ଲୋନ୍ ଠକେଇରେ କୋଡ ନମ୍ୱରକୁ ବ୍ୟବହାର କରି ଠକେଇ କରାଯାଉଥିବା ଜଣାପଡ଼ିଛି।
The post ଧରାପଡ଼ିଲେ ଏଟିଏମ୍ କ୍ଲୋନ୍ ଠକ, ଦୁଇ ବିଦେଶୀ ନାଗରିକ ଗିରଫ appeared first on Odisha Reporter.
from Odisha Reporter https://ift.tt/35HG1hA
No comments:
Post a Comment