ମନ୍ଦିର ଖୋଲିବା ଦାବିରେ ଆଜି ୯ଟାରେ ବାଜିବ ଘଣ୍ଟଘଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ମନ୍ଦିର ଖୋଲିବା ଦାବିରେ ଆଜି ୯ଟାରେ ବାଜିବ ଘଣ୍ଟଘଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ।” କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତଙ୍କ ଏହି ଦାବି ନେଇ ଆଜି ବାଜିବ ଘଣ୍ଟଘଣ୍ଟା ।

ଆଜି ସକାଳ ୯ଟାରେ  ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା । ଏଥିଲାଗି ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ।

ଅପରପକ୍ଷେ  ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।  ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ  ।

ଛତିଶା ନିଯୋଗ ବୈଠକରେ ତର୍ଜମା କରାଯାଇ ଆର୍ଥିକ ସହାୟତା ଓ ଉତ୍ତର ଦ୍ୱାର ବାହାରେ କିଭଳି ମହାପ୍ରସାଦ ବିକ୍ରି ସହଜରେ ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

The post ମନ୍ଦିର ଖୋଲିବା ଦାବିରେ ଆଜି ୯ଟାରେ ବାଜିବ ଘଣ୍ଟଘଣ୍ଟା appeared first on Odisha Reporter.



from Odisha Reporter https://ift.tt/30HQwQh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages