କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପା, ପତ୍ତା ପାଉନି ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପା, ପତ୍ତା ପାଉନି ପୁଅ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ସଂକ୍ରମିତ ହେବା ପରେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ। ପ୍ରଥମେ ଢେଙ୍କାନାଳ ଓ ପରେ ତାଙ୍କୁ କଟକ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଗଲା। ବାପା ଜଲଦି ଭଲ ହୋଇ ଘରକୁ ଫେରିବେ ବୋଲି ଆଶା ରଖିଥିଲା ପୁଅ । ହେଲେ ଗତ ୨୯ ତାରିଖରେ ବାପାଙ୍କୁ ଭର୍ତ୍ତି କରିବା ପରଠୁ ବାପାଙ୍କ ସ୍ଥିତି ସମ୍ପର୍କରେ ଜାଣିପାରୁନି ପୁଅ। ବାପା ବଞ୍ଚିଛନ୍ତି ନା ନାହିଁ ସେ ସମ୍ପର୍କରେ ପଚାରିଲେ ମଧ୍ୟ ଉତ୍ତର କାହା ପାଖରେ ନାହିଁ। ପୁଣି କୋଭିଡ ପରିଚାଳନାକୁ ନେଇ ଏପରି ସାଂଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରୁ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କର ଗତ ସେପ୍ଟେମ୍ବର ୨୯ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା। ଏହାପରେ  ତାଙ୍କୁ ଢେଙ୍କାନାଳ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୩୦ ତାରିଖରେ  ଦୁର୍ଯ୍ୟୋଧନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନେଇ ପୁଅ ଜିଲ୍ଲା କୋଭିଡ ହସପିଟାଲ ଯାଇଥିଲେ। ମାତ୍ର ସେଠାରେ ଦୁର୍ଯ୍ୟୋଧନଙ୍କୁ କଟକ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଇଥିବା କର୍ତ୍ତୃପକ୍ଷ ଜଣାଇଥିଲେ ।

ଏହାପରେ କଟକ କୋଭିଡ ହସ୍ପିଟାଲକୁ ଯାଇ ବାରମ୍ଵାର ଖୋଜିବା ପରେ ବି ଦୁର୍ଯ୍ୟୋଧନଙ୍କ ପତ୍ତା ପାଇପାରୁ ନାହାନ୍ତି ତାଙ୍କ ପୁଅ। ଏପରିକି ଉକ୍ତ ନାମଧାରୀ କେହି ବ୍ୟକ୍ତି ସେଠାରେ ଆଡମିଟ ହୋଇ ନ ଥିବା କୁହାଯାଉଛି। ସବୁଆଡୁ  ନିରାଶ ହେବା ପରେ ଦୁର୍ଯ୍ୟୋଧନଙ୍କ ପୁଅ କାନ୍ଦି କାନ୍ଦି ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି। ଏପରିକି ୧୫ ଦିନ ହେଲାଣି ବାପା ବଞ୍ଚିଛନ୍ତି କି ନାହିଁ ତାହା ମଧ୍ୟ ତାଙ୍କୁ ଜଣାନାହିଁ ।

ଜିଲ୍ଲାପାଳ ଘଟଣା ବୁଝିବା ପରେ ସିଡିଏମଓଙ୍କୁ ଦେଖା କରିବାକୁ କହିଥିଲେ।  ଦୁର୍ଯ୍ୟୋଧନଙ୍କୁ ଖୋଜାଯିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡ଼ିଏମଓ ତାଙ୍କ ପୁଅଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

The post କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପା, ପତ୍ତା ପାଉନି ପୁଅ appeared first on Odisha Reporter.



from Odisha Reporter https://ift.tt/3jVpKeC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages