ହାଜତ ମୃତ୍ୟୁ ମାମଲା: ବାପ-ପୁଅଙ୍କୁ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ପୁଲିସ୍‌, କାନ୍ଥରେ ଲାଗିଥିଲା ରକ୍ତଛିଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ହାଜତ ମୃତ୍ୟୁ ମାମଲା: ବାପ-ପୁଅଙ୍କୁ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ପୁଲିସ୍‌, କାନ୍ଥରେ ଲାଗିଥିଲା ରକ୍ତଛିଟା

ଚେନ୍ନାଇ: ତାମିଲନାଡୁର ବହୁ ଚର୍ଚ୍ଚିତ ତୁତିକରନ ହାଜତ ମୃତ୍ୟୁ ମାମଲାରେ ସିବିଆଇ ଲୋମଟାଙ୍କୁରା ତଥ୍ୟ ପ୍ରଦାନ କରିଛି। ସିବିଆଇ କହିଛି ଯେ ବ୍ୟବସାୟୀ ଜୟରାଜ ଓ ତାଙ୍କ ପୁଅ ବେନିକ୍‌ସଙ୍କୁ ପୁଲିସ୍ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା। ସେମାନଙ୍କୁ ବାଡ଼ିରେ ଏତେ ନିର୍ମମ ଭାବେ ପୁଲିସ୍ ପିଟିଥିଲା ଯେ ରକ୍ତ ଛିଟିକି କାନ୍ଥରେ ପଡ଼ିଥିଲା। ଫୋରେନ୍‌ସିକ୍ ତଦନ୍ତରୁ ଏହା ପ୍ରମାଣିତ ହୋଇଛି ବୋଲି ସିବିଆଇ କହିଛି।

ଲକ୍‌ଡାଉନ୍ କଟକଣା ଭାଙ୍ଗି ମୋବାଇଲ୍ ଦୋକାନ ଖୋଲା ରଖିବା ଅଭିଯୋଗରେ ଜୁନ୍ ୧୯ ତାରିଖରେ ପୁଲିସ୍ ଜୟରାଜ ଓ ବେନିକ୍‌ସଙ୍କୁ ଗିରଫ କରିଥିଲା। ପୁଲିସ୍ ପ୍ରଥମେ ଜୟରାଜଙ୍କୁ ଉଠାଇ ନେଇଥିଲା। ତାଙ୍କ ପୁଅ ବେନିକ୍‌ସ ପରେ ଥାନାରେ ପହଞ୍ଚିଥିଲେ। ତେବେ ପୁଲିସ୍ ତାଙ୍କୁ ମଧ୍ୟ ଗିରଫ କରିଥିଲା।

ସିବିଆଇ ତା’ ଚାର୍ଜସିଟ୍‌ରେ ଦର୍ଶାଇଛି ଯେ ସେଦିନ ସନ୍ଧ୍ୟା ୭ଟା ୪୫ରୁ ରାତି ୩ଟା ମଧ୍ୟରେ ସେମାନଙ୍କୁ ଏକାଧିକ ପର୍ଯ୍ୟାୟରେ ନିର୍ଯାତନା ଦିଆଯାଇଥିଲା। ବାପ-ପୁଅଙ୍କୁ ପୁଲିସ୍ ବାଡ଼ିରେ ପିଟିଥିଲା। ସେମାନଙ୍କ ଠାରୁ ରକ୍ତ ବାହାରି ଥାନା ହାଜତର କାନ୍ଥରେ ଲାଗିଥିଲା। ଏପରିକି ବେନିକ୍‌ସଙ୍କୁ ତାଙ୍କ ଗଞ୍ଜିରେ ପଡ଼ିଥିବା ରକ୍ତ ପୋଛିବାକୁ ପୁଲିସ୍ କର୍ମଚାରୀମାନେ କହିଥିଲେ ବୋଲି ସିବିଆଇ କହିଛି।

ସିବିଆଇ ତା’ ଚାର୍ଜସିଟ୍‌ରେ ଆହୁରି ଉଲ୍ଲେଖ କରିଛି ଯେ ପୁଲିସ୍ ନିଜ ଅପରାଧ ଲୁଚାଇବା ପାଇଁ ଜୟରାଜ ଓ ବେନିକ୍‌ସଙ୍କ ନାଁରେ ମିଛ ମାମଲା ରୁଜୁ କରିଥିଲା। ତଦନ୍ତରୁ ଏହା ଜଣାପଡ଼ିଛି ଯେ ଏହି ବାପ-ପୁଅ ଲକ୍‌ଡାଉନ୍ ନିୟମ ଭାଙ୍ଗି ନଥିଲେ। ପୁଲିସ୍ ପ୍ରମାଣ ନଷ୍ଟ କରିଥିଲା। ଜୟରାଜ ଓ ବେନିକ୍‌ସଙ୍କ ପୋଷାକକୁ ଏକ ସରକାରୀ ହସ୍‌ପିଟାଲ୍‌ର ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଇଥିଲା।

ଜୁନ୍ ୨୨ ତାରିଖରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଥିଲା।

The post ହାଜତ ମୃତ୍ୟୁ ମାମଲା: ବାପ-ପୁଅଙ୍କୁ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ପୁଲିସ୍‌, କାନ୍ଥରେ ଲାଗିଥିଲା ରକ୍ତଛିଟା appeared first on Odisha Reporter.



from Odisha Reporter https://ift.tt/35CpLyf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages