ପାକିସ୍ତାନର ମଦ୍ରାସାରେ ବିସ୍ଫୋରଣ, ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ପାକିସ୍ତାନର ମଦ୍ରାସାରେ ବିସ୍ଫୋରଣ, ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ପେଶାଓ୍ୱାରସ୍ଥିତ ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ସ୍ଥାନୀୟ ଏକ ମାଦ୍ରାସାର କୋରାନ ଶ୍ରେଣୀରେ ବୋମା ବିସ୍ଫୋରଣ ହେବା ଫଳରେ ୭ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ୭୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପାକିସ୍ତାନ ଗଣମାଧ୍ୟମ ‘ଡନ୍’ର ତଥ୍ୟରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛରେ ଥିବା କାରଣ ଜଣାପଡ଼ିନାହିଁ। କେତେଜଣ ଲୋକଙ୍କ କହିବା ଅନୁସାରେ, ଏହା ଏକ ସିଲିଣ୍ଡର ବ୍ଲାଷ୍ଟ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ପାକିସ୍ତାନର ମଦ୍ରାସାରେ ବିସ୍ଫୋରଣ, ୭ ମୃତ appeared first on Odisha Reporter.



from Odisha Reporter https://ift.tt/3mtlKTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages