ପଶ୍ଚିମବଙ୍ଗ ରାଜ୍ୟପାଳ ‘ବିଜେପିର ଲାଉଡ ସ୍ପିକର’: ଟିଏମସି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ପଶ୍ଚିମବଙ୍ଗ ରାଜ୍ୟପାଳ ‘ବିଜେପିର ଲାଉଡ ସ୍ପିକର’: ଟିଏମସି ସାଂସଦ

କୋଲକାତା: ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ଟିଏମସି ସାଂସଦ ରାଜ୍ୟପାଳଙ୍କୁ ‘ବିଜେପିର ଲାଉଡସ୍ପିକର’ ବୋଲି କହିଛନ୍ତି। ବାରମ୍ୱାର ଦିଲ୍ଲୀ ଗସ୍ତରେ ଆସି ବିଜେପି ନେତା ତଥା ମନ୍ତ୍ରୀଙ୍କୁ ଭେଟୁଥିବାରୁ ଏଭଳି କହିଛନ୍ତି ବୋଲି ମମତା ବାନାର୍ଜୀଙ୍କ ନେତା କଲ୍ୟାଣ ବାନାର୍ଜୀ କହିଛନ୍ତି।

ରାଜ୍ୟପାଳ ଦିଲ୍ଲୀରେ ଗୃହମନ୍ତ୍ରୀଙ୍କୁ ଭେଟିବା ବେଳେ ଅନେକ ମିଛ କହୁଛନ୍ତି ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ରାଜ୍ୟପାଳ ରାଜଭବନକୁ ଅପମାନ କରାଉଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ରାଜ୍ୟପାଳ କହିଥିଲେ ରାଜ୍ୟରେ ଯେଉଁଭଳି ଆଇନ ଶୃଙ୍ଖଳା ରହିଛି ତାହା ନିନ୍ଦନୀୟ। ଏଥିପାଇଁ ମମତା ବାନାର୍ଜୀ ସରକାର ଏବଂ ରାଜ୍ୟର ଅମଲାତନ୍ତ୍ର ଏବଂ ପୁଲିସ ବିଭାଗକୁ ସେ ନିନ୍ଦା କରିଥିଲେ। ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନ ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ଠିକ୍ ଭାବରେ ତୁଲାଉନଥିବା ଜଗଦୀପ କହିଥିଲେ।

ରାଜ୍ୟ ସୁରକ୍ଷା ପରାମର୍ଶଦାତା ପାଇଁ ଅବସରପ୍ରାପ୍ତ ଡିଜିପି ରହିଛନ୍ତି। ଏବେ ସେ କଣ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। ସେ ରାଜନୀତିକ କାମ ପାଇଁ ନିଯୁକ୍ତ ହୋଇଛନ୍ତି ବୋଲି ଧନକାର ପ୍ରଶ୍ନ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ବୋମା ତିଆରି କାରଖାନା ବଢ଼ି ଚାଲିଛି। ଆମ୍ବୁଲାନ୍ସ ଜରିଆରେ ବିସ୍ଫୋରକ ସାମଗ୍ରୀ ପରିବହନ ହେଉଛି ବୋଲି ରାଜ୍ୟପାଳ କହିଥିଲେ।

The post ପଶ୍ଚିମବଙ୍ଗ ରାଜ୍ୟପାଳ ‘ବିଜେପିର ଲାଉଡ ସ୍ପିକର’: ଟିଏମସି ସାଂସଦ appeared first on Odisha Reporter.



from Odisha Reporter https://ift.tt/3e7yiNm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages