ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।

ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଛନ୍ତି। ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ। ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତ ବର୍ଷ ଏକାଧିକ ପର୍ବ ଓ ଉତ୍ସବ ପାଳନ ଉପରେ ରୋକ୍ ଲଗାଯାଇଛି। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ଲକଡାଉନ୍ ଆରମ୍ଭ କରିଥିଲେ। ଲକଡାଉନ୍ କାରଣରୁ ରାଜ୍ୟ ଓ ଦେଶରେ ସବୁ ପର୍ବପର୍ବାଣୀ ସାମୂହିକ ପାଳନ ଉପରେ ରୋକ୍ ଲଗାଯାଇଥିଲା। ଏପରିକି ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିଥିବା ବେଳେ ଦଶହରା ନିରାଡମ୍ବର ଭାବେ ପାଳନ କରାଯାଇଥିଲା।

The post ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା appeared first on Odisha Reporter.



from Odisha Reporter https://ift.tt/2Tz8GzA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages