ଲୁହାଶାଳରେ ପଡ଼ିଛି ଯୁବକଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ଲୁହାଶାଳରେ ପଡ଼ିଛି ଯୁବକଙ୍କ ମୃତଦେହ

ଆସିକା (ମନୋଜ ମୁନୀ): ଲୁହାଶାଳରେ ପଡ଼ିଛି ଜଣେ ଯୁବକଙ୍କ ମୃତଦେହ। ତାଙ୍କୁ କିଏ ହତ୍ୟା କରିଛି ନା ସିଏ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହିଞ୍ଜିଳି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଲୁହାଶାଳରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାଁ ହେଉଛି ନିରଞ୍ଜନ ମୂଲୀ। ବୟସ ପାଖାପାଖି ୩୫ ବର୍ଷ ହେବ। ତାଙ୍କ ଘର ପାଟଣା ସାହିରେ ବୋଲି ଜଣାପଡ଼ିଛି।

ପୁଲିସ ମୃତଦେହ ଜବତ କରି ନଂ ସହ 30/20ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ବୋଲି ପୁଲିସ କହିଛି।

The post ଲୁହାଶାଳରେ ପଡ଼ିଛି ଯୁବକଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/34x1Sst

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages