ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ନିକଟରେ ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କୁ ବିନା ସମନରେ ଉଠାଇ ନେଇଥିଲା। ସମାନ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଶନିବାର ରାତିରେ ରିପବ୍ଲିକ୍ ଟିଭିର ସାମ୍ୱାଦିକ ପ୍ରଦୀପ ଭଣ୍ଡାରୀଙ୍କର କୋର୍ଟରୁ ବେଲ୍ ଥିବା ସତ୍ତ୍ୱେ ପ୍ରଦୀପଙ୍କୁ ମୁମ୍ୱାଇ ପୁଲିସ ହାଜର ହେବା ପାଇଁ କହିଥିଲା। ଏହପରେ ପ୍ରଦୀପଙ୍କ ମୋବାଇଲ୍ ବିନା କାରଣରେ ଜବତ କରିଛି ପୁଲିସ। ଏମିତିକି କେଉଁ ଆଧାରରେ ପୁଲିସ ଜଣେ ସାମ୍ୱାଦିକଙ୍କ ମୋବାଇଲ୍ ନେଲା ଏହାର ଜବାବ ଦେଇନି ମୁମ୍ୱାଇ ପୁଲିସ୍।

ମୁମ୍ୱାଇ ପୁଲିସର ଏଭଳି ମତକୁ ସମାଲୋଚନା କରି ଟ୍ୱିଟ୍ କରିଥିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ କହିଥିଲେ “ ମହାରାଷ୍ଟ୍ର ଏବଂ ଓଡ଼ିଶା ପୁଲିସର ନୀତି ନିନ୍ଦନୀୟ। ସାମ୍ୱାଦିକଙ୍କୁ ଉଠାଇ ନେଇ ଯେଉଁଭଳି ଭାବରେ ଜେରା କରୁଛନ୍ତି ତାହା ଆଇନକୁ ଉଲ୍ଲଂଘନ କରୁଛି। ଯେମିତି ପାକିସ୍ତାନରେ ହୁଏ”।

ଏହାପରେ ସକାଳେ ରିପବ୍ଲିକ ଟିଭିରେ ୧୧ଟା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହିତ ବୈଜୟନ୍ତ ପଣ୍ଡା ୫ ମିନିଟ ପାଇଁ ଡିବେଟରେ ଭାଗ ନେଇଥିଲେ। ଯେଉଁଥିରେ ସେ ରିପବ୍ଲିକ ଟିଭି ରିପୋର୍ଟର ପ୍ରଦୀପ ପଣ୍ଡାରୀଙ୍କ ବିରୋଧରେ ପୁଲିସର ପଦକ୍ଷେପକୁ ନିନ୍ଦା କରିଥିଲେ। ବେଲୁଚିସ୍ତାନ ଏବଂ ପାକିସ୍ତାନରେ ଯେଉଁ ସାମ୍ବାଦିକ ସତ କୁହେ ତାଙ୍କୁ ସେଠିକାର ପୁଲିସ ବିନା କାରଣରେ ଉଠାଇ ନେଇଯାଏ ବୋଲି ବୈଜୟନ୍ତ ପଣ୍ଡା କହିଥିଲେ। ସମାନ ଘଟଣା ଓଟିଭିର ବରିଷ୍ଠ ସାମ୍ୱାଦିକଙ୍କ ସହ ମଧ୍ୟ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ସମନ ନକରି ସମାନ କରୁଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ସମାଲୋଚକ ତାଙ୍କ ଟ୍ୱିଟକୁ ବୁଝିନପାରି ଅନ୍ୟ ଅର୍ଥରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

The post ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ appeared first on Odisha Reporter.



from Odisha Reporter https://ift.tt/2Hce5Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages