ପୁଣି ବିବାଦରେ ସୁପ୍ରିମକୋର୍ଟ ଜଜ୍‌: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 12, 2020

ପୁଣି ବିବାଦରେ ସୁପ୍ରିମକୋର୍ଟ ଜଜ୍‌: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବିବାଦରେ ପଡ଼ିଛନ୍ତି ସୁପ୍ରିମ କୋର୍ଟର ପୁଣି ଜଣେ ବରିଷ୍ଠ ବିଚାରପତି। ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀର ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ ସୁପ୍ରିମକୋର୍ଟ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଏନଭି ରମନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଆସନ୍ତା ବର୍ଷ ଏପ୍ରିଲ ମାସରେ ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ଏସଏ ବୋବଡେଙ୍କ ପରେ ଜଷ୍ଟିସ ରମନା ହିଁ ଏହି ଦାୟିତ୍ୱ ଗ୍ରହଣ କରିବେ। କିନ୍ତୁ ଏହା ପୂର୍ବରୁ ଜଷ୍ଟିସ ରମନାଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଜଗନ ମୋହନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କୁ ଚିଠି ଲେଖିଛନ୍ତି।

ଜଗନ ମୋହନ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜଷ୍ଟିସ ରମନାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏଥିପାଇଁ ଚନ୍ଦ୍ର ବାବୁ ନାଇଡୁ ଜଷ୍ଟିସ ରମନାଙ୍କ ପରିବାର ଲୋକଙ୍କୁ ଟଙ୍କା ଦେଉଛନ୍ତି। ଏହାବଦଳରେ ଜଷ୍ଟିସ ରମନା ହାଇକୋର୍ଟଙ୍କୁ ପ୍ରଭାବିତ କରି ଆନ୍ଧ୍ର ସରକାରଙ୍କ କାର୍ଯ୍ୟରେ ବାଧକ ସାଜୁଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜଧାନୀ ଅମରାବତୀ ଜମି ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଶୁଣାଣିକୁ ଜଷ୍ଟିସ ଏନ୍‌ଭି ରମନା ପ୍ରଭାବିତ କରୁଛନ୍ତି। ଜଗନ ଏ ସଂକ୍ରାନ୍ତରେ ସିଜେଆଇ ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କୁ ୮ ପୃଷ୍ଠାର ଅଭିଯୋଗ ପତ୍ର ମଧ୍ୟ ପଠାଇଛନ୍ତି। ଅମରାବତୀ ଆନ୍ଧ୍ର ପ୍ରଦେଶ ରାଜଧାନୀ ଘୋଷିତ ହେବା ପୂର୍ବରୁ ସଂପୃକ୍ତ ବିଚାରପତିଙ୍କ ପରିବାର ସଦସ୍ୟ ଓ ଅନ୍ୟମାନେ ଜମି ଦୁର୍ନୀତି କରିଥିଲେ ବୋଲି ସେ କହିଛନ୍ତି।

୨୦୧୪ ଜୁନ୍‌ରୁ ୨୦୧୯ ମେ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ କାର୍ଯ୍ୟକାଳ ମଧ୍ୟରେ ଅମରାବତୀରେ ଜମି କାରବାର ହୋଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୭୯୭ ଜଣ ସାଧାରଣ ବଣ୍ଟନ ବ୍ୟବସ୍ଥାର ପଡି କାର୍ଡଧାରୀ ୨,୦୦୦ କୋଟିରୁ ଅଧିକ ଟଙ୍କାର ୭୦୦ ଏକର ଜମି କିଣିଥିବା ଜଣାପଡ଼ିଥିଲା। ଅନେକ ଜମିକ୍ରେତାଙ୍କର ମଧ୍ୟ ପ୍ୟାନ୍‌ କାର୍ଡ ନଥିଲା। ଏହି ମହାଦୁର୍ନୀତିର ତଦନ୍ତ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ଜଗନ ମୋହନ ଆରମ୍ଭ କରିଥିଲେ।

ତଦନ୍ତ ବେଳେ ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ସେବେଠାରୁ ଜଷ୍ଟିସ ରମନା ଏହି ମାମଲାରେ ହସ୍ତକ୍ଷେପ କରି ଆସୁଛନ୍ତି ବୋଲି ଜଗନ ଅଭିଯୋଗ କରିଛନ୍ତି। ତେଣୁ ହାଇକୋର୍ଟ ଏହି ମାମଲାରେ ଯେପରି ନିରପେକ୍ଷତା ଅବଲମ୍ବନ କରି ଶୁଣାଣି କରିବେ, ତା’ର ବ୍ୟବସ୍ଥା କରିବାକୁ ଜଗନ ସିଜେଆଇଙ୍କୁ ଅନୁରୋଧ କରିଛନ୍ତି।

ଅମରବାତୀ ଜମି ଦୁର୍ନୀତି ଘଟଣାରେ ଜଷ୍ଟିସ ରମନାଙ୍କ ଝିଅଙ୍କ ନାଁରେ ଏଫଆଇଆର ମଧ୍ୟ ହୋଇଛି। ଏହା ବ୍ୟତୀତ କିଛି ପୂର୍ବତନ ସାଂସଦ ଓ ବିଧାୟକ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି।

The post ପୁଣି ବିବାଦରେ ସୁପ୍ରିମକୋର୍ଟ ଜଜ୍‌: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/30YtapE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages