ଲକ୍ଷ୍ନୌ: ଦେଶକୁ ଦୋହଲାଇ ଦେଇଥିବା ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ସିବିଆଇ ଘଟଣାକୁ ଟେକ ଓଭର କରିବା ସହ ରବିବାର ଗଣଦୁଷ୍କର୍ମ ଓ ହତ୍ୟା ଏଫଆଇଆର ରୁଜୁ କରିଛି। ଆଇସିର ଧାରା ୩୭୬ଡି (ଗଣଦୁଷ୍କର୍ମ) ଓ ୩୦୨(ହତ୍ୟା) ଆଧାରରେ ଏଫଆଇଆର ରୁଜୁ ହୋଇଛି। ସେହିପରି ଏସସି ଓ ଏସଟି ଆଇନର ଧାରା ୩ ଅନୁଯାୟୀ ମଧ୍ୟ ଏଫଆଇଆର କରାଯାଇଛି।
ଏଫଆଇଆର କରିବା ପରେ ସିବିଆଇର ଗୋଟିଏ ଟିମ୍ ହାଥରସରେ ପହଞ୍ଚିଛି। ଏହାପରେ ସିବିଆଇ ଟିମ୍ ହାଥରସ ପୁଲିସ୍ ଠାରୁ ଘଟଣା ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ହାସଲ କରିଛି। ପୁଲିସ୍ ଓ ଏସ୍ଆଇଟି ତଦନ୍ତ ବେଳେ ରୁଜୁ ହୋଇଥିବା କେସ୍ ଡାଏରୀ ଓ ମିଳିଥିବା ସମସ୍ତ ପ୍ରମାଣକୁ ସିବିଆଇ ନିଜ ହେପାଜତକୁ ନେଇଛି। ସମସ୍ତ କାଗଜପତ୍ର କାମ ଶେଷ ହୋଇଛି। ଆଜିଠାରୁ ସିବିଆଇ ଘଟଣାର ଖୋଳତାଡ଼ ଆରମ୍ଭ କରିବ।
୧୫ ଜଣିଆ ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିବ। ଗଣଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ସିବିଆଇ ଟିମ୍ ପୀଡ଼ିତାଙ୍କ ଶବକୁ ଜୋରଜବରଦସ୍ତି ଅନ୍ତିମ ସଂସ୍କାର କରାଯାଇଥିବା ଘଟଣାର ମଧ୍ୟ ଯାଞ୍ଚ କରୁଛି। ଏଥିପାଇଁ ସିବିଆଇ ଟିମ୍ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରିବାର ରହିଛି।
The post ହାଥରସ: ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ଏଫଆଇଆର ରୁଜୁ କଲା ସିବିଆଇ appeared first on Odisha Reporter.
from Odisha Reporter https://ift.tt/2FkNqdo
No comments:
Post a Comment