ମାଲକାନଗିରି (ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା। ଏମିତି ଏକ ଅଭିଯୋଗ ଆସିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ। ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ନେଇ ସନ୍ଦେହ କରାଯାଉଥିଲା। ଯାହା ପରେ ତାକୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରାଯାଇଥିଲା।
ହତ୍ୟା କରିବା ପରେ ତାକୁ ଶ୍ମଶାନରେ ମଧ୍ୟ ପୋଡ଼ି ଦେଇଥିଲେ। ଏ ନେଇ ପରିବାର ଲୋକେ ପଡ଼ିଆ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଦେଇଛି।
The post ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା appeared first on Odisha Reporter.
from Odisha Reporter https://ift.tt/3jJwn3J
No comments:
Post a Comment