ନୂଆଦିଲ୍ଲୀ: କୋଭିଡ ଚିକିତ୍ସା ପାଇଁ ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପି ହଟିବ। ଏ ନେଇ ପ୍ରସ୍ତୁତି ଚାଲିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଙ୍ଗଳବାର ଦିନ ପ୍ଲାଜମା ଥେରାପି ସମ୍ବନ୍ଧରେ ବିବୃତ୍ତି ଜାରି କରି ଏଭଳି କହିଛି।
ପ୍ଲାଜମା ଥେରାପିର ରେଜଲ୍ଟକୁ ନେଇ ଏକ ସର୍ଭେ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ହେଲେ ଏହି ଚିକିତ୍ସା ମୃତ୍ୟୁ ହାରକୁ ହ୍ରାସ କରିନଥାଏ। ସେପ୍ଟେମ୍ବରରେ ପ୍ରକାଶିତ ଆଇସିଏମଆର ରିପୋର୍ଟରୁ ଜଣାପଡିଛି ଯେ କୋଭିଡ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ବିଫଳ ହେଉଛି।
ପ୍ଲାଜମା ଥେରାପିର ପ୍ରଭାବକୁ ଅନୁଧ୍ୟାନ କରୁଥିବା ପରୀକ୍ଷାକୁ ପ୍ଲାସିଡ୍ କୁହାଯାଏ। ଏହି ଟେଷ୍ଟ ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ନିୟନ୍ତ୍ରିତ। ଏପ୍ରିଲ୍ ୨୨ ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଦେଶର ୩୯ ଟି କେନ୍ଦ୍ରରେ ୪୬୪ ରୋଗୀଙ୍କ କ୍ଷେତ୍ରରେ ହୋଇଥିବା ପ୍ଲାଜମା ଥେରାପି ପରୀକ୍ଷାକୁ ଆଧାର କରି ଏହି ଗବେଷଣା ହୋଇଥିଲା। ସେପ୍ଟେମ୍ବରରେ ଏକ ମାଗାଜିନରେ ଏହି ଗବେଷଣା ପ୍ରକାଶ ପାଇଥିଲା।
କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ସେତେଟା ସଫଳ ସାବ୍ୟସ୍ତ ହେଉନି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଭା କହିଛନ୍ତି। ତେଣୁ ଚିକିତ୍ସା ପ୍ରୋଟୋକଲରୁ ପ୍ଲାଜମା ଥେରାପି ହଟାଇବାକୁ ଚିନ୍ତା କରାଯାଉଛି ବୋଲି ଆଇସିଏମଆର କହିଛି।
ବଳରାମ କହିଛନ୍ତି, କୋଭିଡ ଚିକିତ୍ସା ନେଇ ଦେଶର ଅନେକ ଚିକିତ୍ସକଙ୍କ ସହ ଆଲୋଚନା କରିଛୁ। ଏକ ଜଏଣ୍ଟ ମନିଟରିଂ କମିଟି ସହିତ ମଧ୍ୟ ଆଲୋଚନା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବଳରାମ କହିଛନ୍ତି ଯେ ଏବେ ଏକ ନିଷ୍ପତ୍ତିରେ ପହଞ୍ଚିଛି। ଏଯାବତ ପ୍ଲାଜମା ଥେରାପି ହଟାଇବା ନିଷ୍ପତ୍ତି ସ୍ପଷ୍ଟ ହୋଇନି।
The post କରୋନା ଚିକିତ୍ସାରେ କାମ ଦେଉନି ପ୍ଲାଜମା ଥେରାପି appeared first on Odisha Reporter.
from Odisha Reporter https://ift.tt/37rCfLu
No comments:
Post a Comment