ପାଟଣା: ବିହାର ଔରାଙ୍ଗାବାଦରେ ନିର୍ବାଚନ ପ୍ରଚାର ବେଳେ କେହି ଜଣେ ଅଜ୍ଞାତ ବ୍ୟକ୍ତି ଆରଜେଡିର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଉପରକୁ ଚପଲ ଫିଙ୍ଗି ଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଦିନ ନଅଟି ରାଲିକୁ ତେଜସ୍ୱୀ ଯାଦବ ସମ୍ବୋଧନ କରିଥିବା ସୂଚନା ରହିଛି।
ଭିଡିଓ ଫୁଟେଜ ଅନୁଯାୟୀ ତେଜସ୍ୱୀଙ୍କ ଉପରକୁ ଅଳ୍ପ ଦୂରତାରୁ ଚପଲ ଫିଙ୍ଗା ଯାଇଛି। ତେବେ ଘଟଣା ଘଟିବା ପରେ ତେଜସ୍ୱୀଙ୍କ ସମର୍ଥକ ସେହି ଅଜଣା ବ୍ୟକ୍ତିଙ୍କ ଉପରକୁ ଖୋଜିବା ଆରମ୍ଭ କରିଥିଲେ। ହେଲେ ପାଇ ନାହାନ୍ତି।
ପ୍ରବଳ ଜନସମାଗମ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରିନି ବୋଲି ଜଣାପଡ଼ିଛି। ତେବେ ଚପଲ ମଞ୍ଚ ସମ୍ମୁଖରୁ ଫିଙ୍ଗା ଯାଇଛି ବୋଲି ତେଜସ୍ୱୀ ଯାଦବଙ୍କ ସମର୍ଥକମାନେ କହିଛନ୍ତି।
The post ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ? appeared first on Odisha Reporter.
from Odisha Reporter https://ift.tt/3jeTIJl
No comments:
Post a Comment