ଦୁଃଖ ଶୁଣୁନି ପ୍ରଶାସନ; ଅସହାୟ ରୋଗୀକୁ ରାସ୍ତାରେ ଶୁଆଇ ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ଦୁଃଖ ଶୁଣୁନି ପ୍ରଶାସନ; ଅସହାୟ ରୋଗୀକୁ ରାସ୍ତାରେ ଶୁଆଇ ରାସ୍ତାରୋକ

ବାଙ୍କୀ(ସଞ୍ଜୀପ ନାୟକ) :“ ୬ ମାସ ହେଲା ଅସହ୍ୟ ଯନ୍ତ୍ରଣା ପାଉଛି। ନିଜର ବୋଲି କେହି ନାହାନ୍ତି। ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ ବି ପଚାରୁନି। ଗୋଡ ପଚି ନଷ୍ଟ ହୋଇଗଲାଣି। ଚିକିତ୍ସା ସୁବିଧା ପାଇପାରୁନି। ତିଳ ତିଳ ହୋଇ ମରିବା ଅପେକ୍ଷା ଗାଡ଼ି ମଟର ଚଢ଼ିଗଲେ ମରିଯିବି ଭାବି ରାସ୍ତା ଉପରକୁ ଆସିଛି। ” ଏପରି ଭାବେ ବିଳାପ କରି ନିଜ ଦୁଃଖ ଜଣାଉଥିବା ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ବାଙ୍କି ବ୍ଲକ ବୋତଲମା ଗାଁର ନବ ଦେହୁରୀ।

କଟକ ଜିଲ୍ଲା ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାର ବୋତଲମା ନିକଟରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ସୁବିଧା ପାଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ଅସହାୟ ନବ ଦେହୁରୀଙ୍କ କଷ୍ଟ ସହି ନ ପାରି ଗ୍ରାମବାସୀ ଚରମ ପଦକ୍ଷେପ ନେଇଛନ୍ତି। ଶେଷରେ ଗାଁ ଲୋକେ ତାଙ୍କୁ ରାସ୍ତା ମଝିରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି।

ସକାଳ ୭ଟାରୁ ଗ୍ରାମବାସୀ ନବଙ୍କୁ ରାସ୍ତା ଉପରେ ଶୁଆଇ ଦେଇଥିବା ବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନ ଥିବା ଜଣାଯାଇଛି।  ଅପରପକ୍ଷେ ଉକ୍ତ ରାସ୍ତାରେ ନବଙ୍କ ପାର୍ଶ୍ୱ ଦେଇ ଏକ ଆମ୍ବୁଲାନ୍ସ ଯାଇଥିଲେ ମଧ୍ୟ ତାଙ୍କୁ ମେଡିକାଲ ନ ନେବାରୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ନବ ଦେହୁରୀଙ୍କର ନିଜର ବୋଲି କେହି ନ ଥିବା ବେଳେ ସେ ରାଉରକେଲାରେ କାମ କରି ଚଳୁଥିଲେ। ହେଲେ ଗୋଡ଼ରେ ଘା’ ହୋଇଥିବା ବେଳେ ନ ଶୁଖିବାରୁ ସେ ଗାଁକୁ ପଳାଇ ଆସିଲେ। ଏହାପରେ ଚିକିତ୍ସା ପାଇଁ କଟକରେ ଆଡମିଟ ହୋଇଥିଲେ। ସେଠାରୁ ଗାଁକୁ ଫେରିବା ପରେ ବହୁ ଗୁହାରୀ ପରେ ବାଙ୍କି ମେଡିକାଲରୁ ଜଣେ କର୍ମଚାରୀ ଥରେ ଆସି ତାଙ୍କ ଡ୍ରେସିଂ କରିଥିଲେ। ମାତ୍ର ଏହାପରେ ଚିକିତ୍ସା ଅଭାବରୁ ତାଙ୍କ ଗୋଡ଼ ପଚିବାକୁ ବସିଲାଣି।

ନିଜେ ଉଠିବାକୁ ସକ୍ଷମ ନ ଥିବା ନବ ମେଡିକାଲ ଯାଇପାରୁ ନ ଥିବା ବେଳେ ମେଡିକାଲର କେହି ଧରା ଛୁଆଁ ମଧ୍ୟ ଦେଉ ନାହାନ୍ତି। ସରକାରଙ୍କ ସମସ୍ତ ଯୋଜନା ତାଙ୍କ ପାଇଁ ପ୍ରହସନ ପାଲଟିଛି। ନବଙ୍କ କଷ୍ଟ ସହି ନ ପାରି ଗାଁ ଲୋକେ ଆଜି ଏହି ଚରମ ପଦକ୍ଷେପ ନେବା ସହ ତୁରନ୍ତ ଏହି ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସରପଞ୍ଚଙ୍କଠାରୁ ଆରମ୍ଭ କରି ସବ୍‌କଲେକ୍ଟର, ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅସହାୟ ନବ ଦେହୁରୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରି ଆସୁଛୁ। ହେଲେ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶେଷରେ ନିରୂପାୟ ହୋଇ ରାସ୍ତା ଉପରେ ରୋଗୀକୁ ଶୁଆଇ ନ୍ୟାୟ ପାଇଁ ଧାରଣାରେ ବସିଥିବା କହିଛନ୍ତି।

The post ଦୁଃଖ ଶୁଣୁନି ପ୍ରଶାସନ; ଅସହାୟ ରୋଗୀକୁ ରାସ୍ତାରେ ଶୁଆଇ ରାସ୍ତାରୋକ appeared first on Odisha Reporter.



from Odisha Reporter https://ift.tt/34edpwQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages