ଦୋକାନରେ ମାଆ ଓ ପୁଅଙ୍କ ଦାଦାଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ଦୋକାନରେ ମାଆ ଓ ପୁଅଙ୍କ ଦାଦାଗିରି

ସାଲେପୁର (ମନୋଜ ଆଚାର୍ଯ୍ୟ): ଦାଦାବଟି ନ ମିଳିବାରୁ ଦୋକାନରେ ଭଙ୍ଗାରୁଜା। ନିଶ୍ଚିନ୍ତକୋଇଲି ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ଟଙ୍କା ନଦେବାରୁ ନିଜ ମାଆଙ୍କ ସହ ମିଶି ଜଣେ ଯୁବକ ଦୋକାନରେ ଭଙ୍ଗାରୁଜା କରିଛନ୍ତି।

ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି କମ୍ପ୍ୟୁଟର ଭାଙ୍ଗିଥିଲେ। ଏହାପରେ ଅନ୍ୟ ଜିନିଷକୁ ମଧ୍ୟ ଭାଙ୍ଗିଥିଲେ। ତେବେ ଆକ୍ରମଣରେ ବହୁ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।

ଦାଦାବଟିକୁ କେନ୍ଦ୍ରକରି ଯୁବକ ଜଣକ ଭଙ୍ଗାରୁଜା କରିଥିବା ନେଇ ଦୋକାନ ମାଲିକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

The post ଦୋକାନରେ ମାଆ ଓ ପୁଅଙ୍କ ଦାଦାଗିରି appeared first on Odisha Reporter.



from Odisha Reporter https://ift.tt/2HarhPN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages