ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଂକେତ ଟପିଛି ଜଳକା ନଦୀ। ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏବେ ୬.୨୩ ମିଟରରେ ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି।
ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବଢୁଛି। ଯଦି ଏଭଳି ଭାବରେ ବର୍ଷା ଲାଗିରହେ, ତେବେ ବସ୍ତା ବ୍ଳକ୍ ର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି।
The post ବିପଦ ସଙ୍କେତ ଟପିଲା ଜଳକା appeared first on Odisha Reporter.
from Odisha Reporter https://ift.tt/3lilUwB
No comments:
Post a Comment