ଆଜି ସୁପ୍ରିମ୍‌କୋର୍ଟରେ ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ଆଜି ସୁପ୍ରିମ୍‌କୋର୍ଟରେ ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସର ତଥାକଥିତ ଗଣଦୁଷ୍କର୍ମ ଘଟଣା ସଂପର୍କିତ ଏକ ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହେବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଘଟଣାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ଦାବି ନେଇ ହୋଇଥିବା ଜନିସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ଉତ୍ତରପ୍ରଦେଶ ପୁଲିସର ଅବହେଳା ଯୋଗୁ ଏଭଳି ଏକ ଘଟଣା ଘଟିଲା। ତେଣୁ ଏହାର ନିରପେକ୍ଷ ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ସତ୍ୟମ ଦୁବେ ତାଙ୍କ ଆବେଦନରେ କହିଛନ୍ତି। ଏହାଛଡ଼ା ମାମଲାର ଶୁଣାଣି ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର ଲାଗି ଏହି ଆବେଦନରେ ଗୁହାରି କରାଯାଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡ଼େ, ଜଷ୍ଟିସ ଏ.ଏସ୍. ବୋପାନ୍ନା ଏବଂ ଜଷ୍ଟିସ ରାମସୁବ୍ରମଣ୍ୟମ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଣାଣି କରିବେ। ଅନ୍ୟପକ୍ଷରେ ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହାଛଡ଼ା ଜଣେ ଏସପିଙ୍କ ସମେତ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଉତ୍ତର ପ୍ରଦେଶର ହାଥରସରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯୁବତୀର ଚିକିତ୍ସା ଚାଲିଥିଲା ବେଳେ ମୃତ୍ୟୁ ହୋଇଥିଲା। ଯୁବତୀର ମୃତ୍ୟୁ ପରେ ମାମଲା ରାଜନୀତିକ ମୋଡ଼ ନେଇଛି। ରାଜନୀତିକ ପାର୍ଟି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ହାଥରସ ଯାଇ ପୀଡ଼ିତାଙ୍କ ପରିବାର ସାକ୍ଷାତ କରୁଛନ୍ତି।

The post ଆଜି ସୁପ୍ରିମ୍‌କୋର୍ଟରେ ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି appeared first on Odisha Reporter.



from Odisha Reporter https://ift.tt/30TbH1Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages