ଓଜନ କମ୍‌ କରେ ସୋୟାବିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ଓଜନ କମ୍‌ କରେ ସୋୟାବିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ କମାଇବା ପାଇଁ ଅଧିକାଂଶ ଲୋକ ମେଡିସିନ୍‌ ଖାଇବା ସହିତ ଏକ୍ସସରସାଇଜ୍‌ କରିବାକୁ ପସନ୍ଦ କରିଥା’ନ୍ତି। ଏସବୁ ବ୍ୟତୀତ ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରଥମେ ଆପଣଙ୍କୁ କମ୍‌ କ୍ୟାଲୋରୀ ଓ ହାଇ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ। ପ୍ରୋଟିନ୍‌ ମାଂସପେଶୀକୁ ମଜବୁତ୍‌ କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

କମ୍‌ କ୍ୟାଲୋରୀ ଓ ଅଧିକ ପ୍ରୋଟିନ୍‌ ଥିବା ଏକ ଖାଦ୍ୟ ହେଉଛି ସୋୟାବିନ୍‌। ଓଜନ୍‌ କମ୍‌ କରିବା ପାଇଁ ସୋୟାବିନ୍‌କୁ ଡାଏଟ୍‌ରେ ସାମିଲ କରନ୍ତୁ। ଦିନକୁ ୧୦୦ ଗ୍ରାମ୍‌ ସୋୟାବିନ୍‌ ଖାଇଲେ ଶରୀରକୁ ୭୦ ପ୍ରତିଶତ ପ୍ରୋଟିନ୍‌ ମିଳିଥାଏ।

ଆହୁରି ମଧ୍ୟ ସୋୟାବିନ୍‌ରେ ଆଇରନ୍‌, ଫାଇବର, ପୋଟାସିୟମ୍‌, କ୍ୟାଲସିୟମ୍‌ ରହିଛି, ଯାହା ଏକ ହେଲ୍‌ଦି ଡାଏଟ୍‌ ପାଇଁ ଭଲ। ତେବେ ଆସନ୍ତୁ ଜାଣିବା ସୋୟାବିନ୍‌ ଖାଇଲେ, ଶରୀରକୁ ଅନ୍ୟ କେଉଁସବୁ ଫାଇଦା ମିଳିଥାଏ।

୧. ସୋୟାବିନ୍‌ ଉଭୟ ଓଜନ କମାଇବା ଓ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଫାଇବର୍‌ ଓ ପ୍ରୋଟିନର ମାତ୍ରା ଅଧିକ ଥିବାରୁ ଏହାକୁ ସୀମିତ ମାତ୍ରାରେ ଖାଆନ୍ତୁ।

୨. ସୋୟାବିନ୍‌ ହାର୍ଟ ରୋଗର ଆଶଙ୍କା କମ୍‌ କରିଥାଏ। ଏଥିରେ ଥିବା ଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଖରାପ କୋଲେଷ୍ଟ୍ରଲ୍‌ର ସ୍ତରକୁ ଶରୀରରୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ।

୩. ସୋୟାବିନ୍‌ରେ ଥିବା ଫାଇବର୍‌ କୋଲୋନ୍‌ କ୍ୟାନସରର ଆଶଙ୍କାକୁ କମ୍‌ କରିଥାଏ।

୪. ସେହିପରି ଏଥିରେ ଥିବା ଭିଟାମିନ୍‌, ମିନେରାଲ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ କପର୍‌ ପରି ପୋଷକତତ୍ତ୍ୱ ହାଡ଼କୁ ମଜବୁତ୍‌ କରିଥାଏ।

The post ଓଜନ କମ୍‌ କରେ ସୋୟାବିନ୍‌ appeared first on Odisha Reporter.



from Odisha Reporter https://ift.tt/31BmjD1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages