ଆରପାରିରେ ଗୁଜରାଟୀ ସୁପରଷ୍ଟାର୍ ନରେଶ କନୋଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ଆରପାରିରେ ଗୁଜରାଟୀ ସୁପରଷ୍ଟାର୍ ନରେଶ କନୋଡିଆ

ନୂଆଦିଲ୍ଲୀ: ଗୁଜରାଟୀ ଫିଲ୍ମ ସୁପରଷ୍ଟାର ନରେଶ କନୋଡିଆଙ୍କ ମୃତ୍ୟୁ ଘଟିଛି। ସେ କରୋନା ଭୂତାଣୁ ସଂକ୍ରମିତ ଥିବା ବେଳେ ଗତ ଚାରିଦିନ ହେଲା ଅହମଦାବାଦର ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ୭୭ ବର୍ଷୀୟ ଏହି ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁରେ ଗୁଜରାଟୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ନରେଶ ଗୁଜରାଟୀ ଫିଲ୍ମ ଦୁନିଆର ଜଣେ ସୁପରଷ୍ଟାର ଥିଲେ, ଯାହାଙ୍କ ଆଜି ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି। ଏପରି କି ତାଙ୍କୁ ଗୁଜରାଟୀ ଫିଲ୍ମ ଜଗତର ବିଗ୍ ବି ବୋଲି କୁହାଯାଇଥାଏ। କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ, ଆତ୍ମୀୟ ସ୍ୱଜନ ଭାଙ୍ଗି ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଏନେଇ ଶୋକବ୍ୟକ୍ତ କରିଛନ୍ତି।

ସୂଚନା ଥାଉ କି, ଗୁଜରାଟୀ ଫିଲ୍ମ ଜଗତରେ ମହେଶ-ନରେଶ ଜୋଡ଼ି ଖୁବ୍ ଲୋକପ୍ରିୟ। ନରେଶ କନୋଡିଆଙ୍କ ବଡ଼ ଭାଇ ହେଉଛନ୍ତି ମହେଶ କନୋଡିଆ, ଯିଏ ଗୁଜରାଟୀ ଫିଲ୍ମ ଜଗତର ଜଣାଶୁଣା ସଙ୍ଗୀତକାର ତଥା ଗାୟକ ଥିଲେ। ତେବେ ଦୁଇ ଦିନ ପୂର୍ବରୁ ୮୩ ବର୍ଷ ବୟସରେ ମହେଶଙ୍କ ମୃତ୍ୟୁ ଘଟିଥିଲା। ପରେ ପରେ ନରେଶ ମଧ୍ୟ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି.।

The post ଆରପାରିରେ ଗୁଜରାଟୀ ସୁପରଷ୍ଟାର୍ ନରେଶ କନୋଡିଆ appeared first on Odisha Reporter.



from Odisha Reporter https://ift.tt/35A7UIc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages