ମୁଖ୍ୟମନ୍ତ୍ରୀଙ୍କ ଏରିୟଲ ସର୍ଭେକୁ ନେଇ ସରକାରଙ୍କୁ ଘେରିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ମୁଖ୍ୟମନ୍ତ୍ରୀଙ୍କ ଏରିୟଲ ସର୍ଭେକୁ ନେଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ କେତେ ସତ? ଏନେଇ ଆରଟିଆଇ କର୍ମୀ ପଚାରିଥିବା ପ୍ରଶ୍ନର ଉତ୍ତର ଏପର୍ଯ୍ୟାନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିନି। ଏହାକୁ ନେଇ ସନ୍ଦେହ ଘନୀଭୂତ ହେଉଥିବା ବେଳେ ରାଜ୍ୟ ବିଜେପି ସରକାରଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛି। ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳରେ ୧୯ ମିନିଟ୍ ଏରିୟଲ ସର୍ଭେକୁ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି। ଏଯାଏଁ ଏହା ନଦେଇ ଶାସନ କଳ ସାମ୍ବାଦିକଙ୍କ ଉପରେ ଦମନଲୀଳା ଚଳାଇଛି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ ମନୁଷ୍ୟକୃତ ବନ୍ୟା ହେଲା। ଘାଇ ଭାଙ୍ଗିଲା କିନ୍ତୁ ରିଲିଫ୍‌ ମିଳିଲାନି। ମୁଖ୍ୟମନ୍ତ୍ରୀ ସଚିବାଳୟ ଓ ବିଧାନସଭା ଯାଉନାହାନ୍ତି। ଲୋକଙ୍କୁ ଭେଟୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୟସ ଦୃଷ୍ଟିରୁ ଆମେ ଏହାକୁ ଗ୍ରହଣ କରୁଛୁ। କିନ୍ତୁ ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ଏରିୟଲ୍‌ ସର୍ଭେକୁ ନେଇ ମିଛ କହିବାର କି ଆବଶ୍ୟକ ପଡ଼ିଲା? ଯଦି ମିଛ କୁହାଯାଇଛି, ତେବେ ବନ୍ୟା ପ୍ରପୀଡ଼ିତଙ୍କ ଲାଗି ଏହା ଉପହାସ। ୧୯ ମିନିଟ ଏରିୟଲ ସର୍ଭେର ସତ୍ୟାସତ୍ୟ ସାମ୍ନାକୁ ଅଣାଯାଉ ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଏରିୟଲ ସର୍ଭେକୁ ନେଇ ସରକାରଙ୍କୁ ଘେରିଲା ବିଜେପି appeared first on Odisha Reporter.



from Odisha Reporter https://ift.tt/3o2qxNy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages