ଜନସନ ଆଣ୍ଡ ଜନସନ କାହିଁକି କରୋନା ଟିକା ପରୀକ୍ଷା ଉପରେ ରୋକ୍ ଲଗାଇଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଜନସନ ଆଣ୍ଡ ଜନସନ କାହିଁକି କରୋନା ଟିକା ପରୀକ୍ଷା ଉପରେ ରୋକ୍ ଲଗାଇଲା?

ନ୍ୟୁୟର୍କ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ଦେଶ ଏବେ ଭ୍ୟାକସିନ୍ ଚିନ୍ତାରେ। ଏହାରି ଭିତରେ ଆମେରିକାର ଜନସନ ଆଣ୍ଡ୍ ଜନସନ କମ୍ପାନୀ କରୋନା ଭ୍ୟାକସିନ୍ ପରୀକ୍ଷଣ ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି। କ୍ଲିନିକାଲ ଟ୍ରାଏଲ ବେଳେ ଜଣେ ଅସୁସ୍ଥ ହୋଇଛନ୍ତି। ଏହାକୁ ନଜରରେ ରଖି ଜନସନ କମ୍ପାନୀ କରୋନୀ ଭ୍ୟାକସିନ ଟ୍ରାଏଲ ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି ବୋଲି କମ୍ପାନୀ ବିବୃତ୍ତି ଜରିଆରେ କହିଛି। ଅର୍ଥାତ୍ ଭବିଷ୍ୟତରେ କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତ ନେଇ କାମ ଆରମ୍ଭ କରିପାରେ।

ଜନସନ ଆଣ୍ଡ ଜନସନ ଟିକା ପରୀକ୍ଷା ଉପରେ ନିଷେଧାଦେଶ ଲଗାଯିବ ଖବର ନିଶ୍ଚିତ ଭାବରେ ଏକ ବଡ଼ ଶକ୍ତ ଧକ୍କା। ଏହାପୂର୍ବରୁ ଆଷ୍ଟ୍ରା ଜେନେକାର କରୋନା ଟିକା ଉପରେ ନିଷେଧାଶ ଲଗାଯାଇଥିଲା।

ଆମେରିକାରେ ଯେଉଁ କିଛି କମ୍ପାନୀ ଭ୍ୟାକସିନ୍ ତିଆରୁ କରୁଛନ୍ତି ସେମାନଙ୍କ ମଧ୍ୟରେ ଜନସନ ଆଣ୍ଡ ଜନସନ ରହିଛି। ଜନସନ ଆଣ୍ଡ ଜନସନର ଟିକା ହେଉଛି ଆମେରିକାର ଚତୁର୍ଥ ଟିକା ଯାହାକି କ୍ଲିନିକାଲ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ରହିଛି।

ଜନସନ ଆଣ୍ଡ ଜନସନ ନିକଟରେ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଥିଲା। ଏହା ପରେ କମ୍ପାନୀ କହିଛି ଯେ ଏହା ଅଧୀନରେ ଆମେରିକା, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚିଲି, କଲମ୍ବିଆ, ମେକ୍ସିକୋ ଏବଂ ପେରୁର ୬୦ ହଜାର ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ।

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଟିକା କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆଗରେ ଥିଲା, କିନ୍ତୁ କିଛି ସ୍ୱେଚ୍ଛାସେବୀ କୋଭିଶିଲଡ୍ ଟିକା ନେବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା, ଏହା ପରେ ସେପ୍ଟେମ୍ବର ୬ରେ ତୃତୀୟ ପର୍ଯ୍ୟାୟର ପରୀକ୍ଷା ବନ୍ଦ କରିବାକୁ ପଡିଥିଲା। ତେବେ ବ୍ରିଟେନ ଏବଂ ଭାରତରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଟିକା ପରୀକ୍ଷା ପୁଣି ଆରମ୍ଭ ହୋଇଛି। ଆମେରିକା କିମ୍ବା ଅନ୍ୟ ଦେଶ ଏପର୍ଯ୍ୟନ୍ତ ଅନୁମୋଦନ ପାଇ ନାହିଁ।

The post ଜନସନ ଆଣ୍ଡ ଜନସନ କାହିଁକି କରୋନା ଟିକା ପରୀକ୍ଷା ଉପରେ ରୋକ୍ ଲଗାଇଲା? appeared first on Odisha Reporter.



from Odisha Reporter https://ift.tt/312EDEx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages