ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି। ଏପଟେ ବିରୋଧୀ କଂଗ୍ରେସ ମଧ୍ୟ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କୁ ଲଗାତାର ଟାର୍ଗେଟ୍ କରୁଛନ୍ତି। ଏହି କ୍ରମରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ପୀଡ଼ିତାଙ୍କ ବାପାଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ପୀଡ଼ିତାଙ୍କ ପରିବାର ଉପରେ ପ୍ରଶାସନ ପକ୍ଷରୁ ଚାପ ପକାଯାଉଥିବା ନେଇ ପ୍ରିୟଙ୍କା ଅଭିଯୋଗ ମଧ୍ୟ ଆଣିଛନ୍ତି।
ପ୍ରିୟଙ୍କା ଏହି ଭିଡିଓ ଶେୟାର କରି ଟ୍ୱିଟ୍ କରିଛନ୍ତି ଯେ, ହାଥରସ ପୀଡ଼ିତାଙ୍କ ବାପାଙ୍କ ବୟାନ ଶୁଣନ୍ତୁ। ତାଙ୍କୁ ଜବରଦସ୍ତି ନିଆଯାଇଥିଲା। ଏହାସହ ପୀଡ଼ିତାଙ୍କ ପରିବାର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନୁହନ୍ତି ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି। ଏପରି କି ବର୍ତ୍ତମାନ ପୂରା ପରିବାରକୁ ନଜରବନ୍ଦୀ କରି ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରିୟାଙ୍କା ପୁଣି କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାର ଲୋକଙ୍କୁ କାହା ସହ କଥା ହେବାକୁ ମଧ୍ୟ ଦିଆଯାଉନାହିଁ। ଅନ୍ୟାୟ ପରେ ଅନ୍ୟାୟ ହୋଇଚାଲିଛି। ଡରାଇ, ଧମକାଇ ସେମାନଙ୍କ ପାଟି ଚୁପ୍ କରିବାକୁ ସରକାର ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
हाथरस की बेटी के पिता का बयान सुनिए।
उन्हें जबरदस्ती ले जाया गया। सीएम से वीसी के नाम पर बस दबाव डाला गया। वो जांच की कार्रवाई से संतुष्ट नहीं हैं।
अभी पूरे परिवार को नजरबंद रखा है। बात करने पर मना है।
क्या धमकाकर उन्हें चुप कराना चाहती है सरकार?
अन्याय पर अन्याय हो रहा है। pic.twitter.com/6lIW1hdvDc
— Priyanka Gandhi Vadra (@priyankagandhi) October 1, 2020
ସୂଚନାଯୋଗ୍ୟ, ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ, “ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହି କେତେଜଣ ଅଧିକାରୀ ତାଙ୍କୁ ସେଠାକୁ ନେଇଥିଲେ। ଆମ ଉପରେ ଚାପ ଥିଲା। ଘରେ ଆମକୁ ବନ୍ଦ କରିଦିଆଗଲା। ମିଡିଆକୁ ମଧ୍ୟ ଆସିବାକୁ ଦିଆଯାଇ ନଥିଲା।”
The post ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା appeared first on Odisha Reporter.
from Odisha Reporter https://ift.tt/2ENwPP6
No comments:
Post a Comment