ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ବଜାରରେ ବଟି ମାଗି ଚର୍ଚ୍ଚାରେ ଗଣମାଧ୍ୟମ ପ୍ରତିନିଧି। ଖାଲି ଚର୍ଚ୍ଚାରେ ନୁହନ୍ତି, ବରଂ ଏଭଳି ସଙ୍ଗିନ ଅଭିଯୋଗ ପାଇ କମିଶନରେଟ୍ ପୁଲିସ ପାଞ୍ଚ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।
ପୂରା ଘଟଣାଟି ଏମିତି। ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘିଅ କମ୍ପାନୀକୁ ଧମକ ଚମକ ଦେଇ ୩ ଲକ୍ଷ ଟଙ୍କାର ବଟି ମାଗିଥିଲେ ୱେବ ଚ୍ୟାନେଲ୍ର ସାମ୍ୱାଦିକମାନେ। ଆଉ କମ୍ପାନୀ କର୍ତ୍ତୃପକ୍ଷ ଏଥିରେ ଡରିଯାଇ ୧ ଲକ୍ଷ ୬୪ ହଜାର ଟଙ୍କା ବଟି ଦେଇଥିଲେ। ତେବେ ଏତିକିରେ ସଂପୃକ୍ତ ସାମ୍ବାଦିକଙ୍କ ମନ ବୁଝିନଥିଲା। ବଳକା ବଟି ଟଙ୍କା ଦେବାକୁ ସାମ୍ୱାଦିକମାନେ ପୁଣି ଥରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ।ଏହାକୁ ନେଇ ଘିଅ କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଆଜି ୫ ସାମ୍ୱାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି।
The post ବଟି ମାଗି ୫ ସାମ୍ବାଦିକଙ୍କ ସହ ୬ ଗିରଫ appeared first on Odisha Reporter.
from Odisha Reporter https://ift.tt/3kuAjpx
No comments:
Post a Comment