ପାଟଣା: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୧୫ ବର୍ଷର ନୀତୀଶ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ଗୁରୁବାର ଏକ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ପ୍ରଚାର କରୁଥିବା ବେଳେ ନିଜେ ମଞ୍ଚରୁ ଖସିପଡିଛନ୍ତି। ମଞ୍ଚରୁ ଗଳି ପଡ଼ିବା ବେଳେ କଂଗ୍ରେସ ନେତା ଯାହା କହୁଥିଲା ତାହା ଏବେ ହସର ଖୋରାକ୍ ଯୋଗାଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ସେ କହୁଥିଲେ, ଗଣତନ୍ତ୍ରର ଲୋକମାନେ କାହାକୁ କେତେବେଳେ ଖସାଇବାକୁ ହେବ। ସେ କହିବା ମାତ୍ରେ ନିଜେ ମଞ୍ଚରୁ ଗଳି ପଡ଼ିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
#WATCH Bihar: Congress candidate from Jale assembly seat Mashkoor Ahmad Usmani falls as the stage collapsed during his address at a political rally in Darbhanga.#Biharpolls pic.twitter.com/G2R5914wSe
— ANI (@ANI) October 29, 2020
ସୂଚନାଯୋଗ୍ୟ, ଅକ୍ଟୋବର ୨୮ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୬ଟି ଜିଲ୍ଲାର ୭୧ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୩.୫୪ ପ୍ରତିଶତ ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଅନୁଷ୍ଠିତ ହେବ। ୧୦ ନଭେମ୍ବରରେ ଫଳାଫଳ ବାହାରିବ।
ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଟି ଜିଲ୍ଲାର ୯୪ ଟି ଆସନରେ ଏବଂ ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନରେ ମତଦାନ ହେବ।
The post ପ୍ରତିପକ୍ଷ ଦଳକୁ ଖସାଇବା କଥା କହୁଥିବା ବେଳେ ମଞ୍ଚରୁ ଗଳି ପଡ଼ିଲେ କଂଗ୍ରେସ ନେତା appeared first on Odisha Reporter.
from Odisha Reporter https://ift.tt/3mynZoG
No comments:
Post a Comment