ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁନାହିଁ ବରଂ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ସରକାରୀ ଭାବେ ପ୍ରାୟ ଲକ୍ଷେ ପାଖରେ ପହଞ୍ଚି ଯାଇଛି।
ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୬୩ ଲକ୍ଷ ପାର କରିଛି। ତେବେ ୫୩ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀ କବଳରୁ ମୁକ୍ତି ପାଇବା ସମସ୍ତଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮୧,୪୮୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୯୪,୦୬୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୦୯୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୯,୭୭୩ରେ ପହଞ୍ଚି ଯାଇଛି।
ତେବେ ୨୪ ଘଣ୍ଟାରେ ୭୮,୯୭୭ ଜଣ ଏହି ପ୍ରାଣଘାତୀ ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୩,୫୨,୦୭୮କୁ ଛୁଇଁଛି।
ଅନ୍ୟପକ୍ଷରେ ଅକ୍ଟୋବର ୧ ସୁଦ୍ଧା ମୋଟ ୭,୬୭,୧୭,୭୨୮ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୧୦,୯୭,୯୪୭ଟି ନମୁନା ପରୀକ୍ଷା କରାଯାଇଛି।
The post ଦେଶରେ କରୋନା ନେଲାଣି ପ୍ରାୟ ଲକ୍ଷେ ଜୀବନ appeared first on Odisha Reporter.
from Odisha Reporter https://ift.tt/2SiPLID
No comments:
Post a Comment