ରାହୁଲଙ୍କ ସପକ୍ଷରେ ଆସି ସଞ୍ଜୟ କହିଲେ ‘ଏହା ଗଣତନ୍ତ୍ରର ଗ୍ୟାଙ୍ଗରେପ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ରାହୁଲଙ୍କ ସପକ୍ଷରେ ଆସି ସଞ୍ଜୟ କହିଲେ ‘ଏହା ଗଣତନ୍ତ୍ରର ଗ୍ୟାଙ୍ଗରେପ୍’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସର ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ଆନ୍ଦୋଳିତ କରିଛି। ଏନେଇ ବିରୋଧୀ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଲଗାତର ଟାର୍ଗେଟ୍ କରୁଛନ୍ତି। ଗୁରୁବାର ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ହାଥରସ ଯିବା ସମୟରେ ପୁଲିସ-ରାହୁଲ ମୁହାଁମୁହିଁ ହୋଇଥିଲେ।

ଧାରା ୧୪୪ ଲାଗୁ ଥିବାରୁ ରାହୁଲଙ୍କୁ ପୁଲିସ ଆଗକୁ ଛାଡ଼ି ନ ଥିଲା। ଏହାକୁ ନେଇ ଚର୍ଚ୍ଚା, ସମାଲୋଚନା ଜୋରଦାର ଚାଲିଛି। ଏହି କ୍ରମରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ପ୍ରତିକ୍ରିୟା ଆସିଛି।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାହୁଲ ଗାନ୍ଧି ଜଣେ ରାଷ୍ଟ୍ରୀୟ ସ୍ତରର ନେତା। କଂଗ୍ରେସ ସହ ଆମର ମତଭେଦ ରହିଥାଇପାରେ। ହେଲେ ପୁଲିସ ତାଙ୍କୁ ଯେଉଁଭଳି ବ୍ୟବହାର କରିଛି, ତାଙ୍କୁ କେହି ମଧ୍ୟ ସମର୍ଥନ କରିପାରିବେ ନାହିଁ। ରାହୁଲଙ୍କ କଲର୍ ଧରି ତାଙ୍କୁ ଧକ୍କା ମାରି ତଳେ ପକାଇଦେଲେ। ଏହା ଏକ ପ୍ରକାର ଦେଶର ଗଣତନ୍ତ୍ରର ଗଣଦୁଷ୍କର୍ମ। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ରାଉତ କହିଛନ୍ତି।

ନିଜ ପ୍ରତିକ୍ରିୟାରେ ରାଉତ କଙ୍ଗନା ରଣାଓ୍ୱତଙ୍କୁ ମଧ୍ୟ ଟାଣିଛନ୍ତି। ସେ କହିଛନ୍ତି, ମୁମ୍ବାଇରେ ଜଣେ ଅଭିନେତ୍ରୀଙ୍କ କାର୍ଯ୍ୟାଳୟର ବେଆଇନ ନିର୍ମାଣ ଭାଙ୍ଗିଥିବାରୁ ଶାସକ ଦଳ ଚିହିଁକି ଉଠିଥିଲେ। ହେଲେ ଜଣେ ଝିଅଙ୍କ ସହ ଯେତେବେଳେ ଦୁଷ୍କର୍ମ ହେଉଛି କେହି ମଧ୍ୟ ପ୍ରଶ୍ନ କରିପାରୁ ନାହାନ୍ତି। ଦେଶର ଇତିହାସ ଏବଂ ଦେଶର ପରମ୍ପରାରେ ଏଭଳି ଘଟଣା କେବେ ଦେଖିବାକୁ ମିଳି ନ ଥିଲା ବୋଲି ରାଉତ କହିଛନ୍ତି।

The post ରାହୁଲଙ୍କ ସପକ୍ଷରେ ଆସି ସଞ୍ଜୟ କହିଲେ ‘ଏହା ଗଣତନ୍ତ୍ରର ଗ୍ୟାଙ୍ଗରେପ୍’ appeared first on Odisha Reporter.



from Odisha Reporter https://ift.tt/30IPm7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages