ନାଳରେ ପଡ଼ିଗଲା ଦେଢ ମାସର ହାତୀ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ନାଳରେ ପଡ଼ିଗଲା ଦେଢ ମାସର ହାତୀ ଛୁଆ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କେନାଲ ନାଳରେ ଫସିଗଲା ଏକ ଦେଢ ମାସର ହାତୀ ଛୁଆ। ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଅନ୍ୟ ୨ ହାତୀ ଅକ୍ଳାନ୍ତ ଚେଷ୍ଟା କରିବା ସତ୍ତ୍ୱେ ହାତୀଟି ବାହାରି ପାରି ନ ଥିଲା। ଶେଷରେ ବନ କର୍ମଚାରୀ ପହଞ୍ଚି  ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ  ହାତୀଟି ନିଜ ପଲ ସହ ଜଙ୍ଗଲକୁ ଚାଲି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି ସକାଳେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକସନ ଗୁଣୁଦେଇ ଗାଁ ନିକଟରେ ଘଟିଛି।

ଆଜି ସକାଳେ ଏକ ୨୧ଜଣିଆ  ହାତୀ ପଲ ଗୁଣୁଦେଇ ଗାଁ  ଅତିକ୍ରମ କରୁଥିଲେ। ଏହି ସମୟରେ ଛୁଆ ହାତୀଟି ନାଳ ଅତିକ୍ରମ କରିନପାରି ତା’ ଭିତରେ ପଡିଯାଇଥିଲା । ଉଦ୍ଧାର ପାଇଁ  ଅନ୍ୟ ଦୁଇ ହାତୀ ବହୁ ଚେଷ୍ଟା କରିବା ସତ୍ତ୍ୱେ ସଫଳ ହୋଇପାରି ନ ଥିଲେ।

ଖବର ପାଇ ଗଦାଶିଳା ଫରେଷ୍ଟ ସେକ୍ସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଦୁଇଘଣ୍ଟାର  ପରିଶ୍ରମ ପରେ ବାଲିବସ୍ତା ପକାଯାଇ କେନାଲ ମଧ୍ୟରୁ ହାତୀ ଛୁଆକୁ ଉଦ୍ଧାର କରିଥିଲ। ହାତୀ ଛୁଆଟି ଏବେ ସମ୍ପୁର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି। ଗୁଣୁଦେଇ ଏବଂ ଗଇଲ ନିକଟରେ ଥିବା ଜଙ୍ଗଲରେ ଏବେ ହାତୀ ପଲ ରହିଛନ୍ତି।

 

The post ନାଳରେ ପଡ଼ିଗଲା ଦେଢ ମାସର ହାତୀ ଛୁଆ appeared first on Odisha Reporter.



from Odisha Reporter https://ift.tt/33vFzDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages