ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO ମୁଖ୍ୟ

ଜେନେଭା: ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ଆସିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ମଙ୍ଗଳବାର ଏହି କହିଛନ୍ତି। ଆମକୁ ଟିକା ଦରକାର ଆଶା ରହିଛି ଚଳିତ ବର୍ଷ ଶେଷ ସୁଦ୍ଧା ଆମକୁ ଟିକା ମିଳିପାରେ। ଟେଡ୍ରୋସ WHOର କାର୍ଯ୍ୟନିର୍ବାହୀ ବୋର୍ଡକୁ ପ୍ରତିକ୍ରିୟା ଦେବା ବେଳେ ଏହା କହିଛନ୍ତି।

WHOର ମୁଖ୍ୟ ମଧ୍ୟ ସମସ୍ତ ନେତାଙ୍କ ଦ୍ୱାରା ଏକତା ଏବଂ ରାଜନୀତିକ ପ୍ରତିବଦ୍ଧତା ପାଇଁ ଆହ୍ୱାନ କରିଛନ୍ତି। ଯେତେବେଳେ ଟିକା ଉପଲବ୍ଧ ହେବ ସେତେବେଳେ ସମସ୍ତଙ୍କୁ ଟିକା ବଣ୍ଟନ ନେଇ ସୁନିଶ୍ଚିତ କରାଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି।

୯ଟି ଭ୍ୟାକ୍ସିନ ପରୀକ୍ଷଣ ପଯର୍ୟାୟରେ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଗ୍ଲୋବାଲ ଫାସିଲିଟି ଦ୍ୱାରା ୨୦୨୧ ଶେଷ ସୁଦ୍ଧା ୨ ଶହ କୋଟି ଡୋଜ୍ ବିତରଣ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ମୋଟ୍ ୧୭୨ଟି ଦେଶ WHOର କୋଭାକ୍ସ ପଦକ୍ଷେପରେ ଯୋଗ ଦେଇଛନ୍ତି। ତେବେ ଆମେରିକା, ଋଷିଆ ଏବଂ ଚୀନ୍ ସମେତ କେତେକ ଦେଶ ନିଜସ୍ୱ ଟିକା ସୁରକ୍ଷିତ ରଖିବା ପାଇଁ ଏହି ସୁବିଧାରେ ଯୋଗଦେବାକୁ ମନା କରି ଦେଇଛନ୍ତି।

କରୋନା ନେଇ WHO ଦ୍ୱାରା ବିଭିନ୍ନ ଦେଶକୁ ନେଇ ବୈଠକ ହୋଇଛି। ଏହି ଦୁଇ ଦିନିଆ ବୋର୍ଡ ବୈଠକରେ ଜର୍ମାନୀ, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ନିଜର ମତ ରଖିଛନ୍ତି।

ସାରା ବିଶ୍ୱରେ ଅତିକମରେ ୧,୦୪୫,୦୯୭ ଲୋକ କୋଭିଡ୍ ମହାମାରୀରେ ପ୍ରାଣ ହରାଇଛନ୍ତି। ପାଖାପାଖି ୩୫,୫୩୭,୦୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟିକା ଏବେ ଚୂଡ଼ାନ୍ତ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚି ସାରିଥିବାବେଳେ ବ୍ୟାପକ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।

The post ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/30GR8W7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages