ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): NEET ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଫଳତା ପାଇଁ ସୋଏବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ନବୀନ। ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କଲେ ସୋଏବ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଲେ ସୋଏବ ଅଫତାବ।
ସର୍ବଭାରତୀୟ NEET ପ୍ରବେଶିକା ପରୀକ୍ଷାରେ ରାଉରକେଲାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି। ସେ ୭୨୦ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର। ସୋଏବ ହେଉଛନ୍ତି ରାଉରକେଲା ଆଜାଦ ମହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ। ସେ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢ଼ିଥିଲେ।
The post NEET ଟପ୍ପର ସୋଏବଙ୍କ ସହ ଫୋନରେ କଥା କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/34auyaO
No comments:
Post a Comment