ଡାକ୍ତର ନଥିବାରୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ଡାକ୍ତର ନଥିବାରୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ମେଡ଼ିକାଲରେ ଡାକ୍ତର ନଥିବାରୁ ଘରକୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା। ଦାରିଙ୍ଗିବାଡ଼ି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ଶନିବାର ବ୍ଲକର ପର୍ତ୍ତମାହା ପଞ୍ଚାୟତ ପାଡେଲମାଲା ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ଦାରିଙ୍ଗବାଡ଼ି ଡାକ୍ତରଖାନା ଯାଇଥିଲେ। ହେଲେ ସେଠାରେ କେହି ଡାକ୍ତର ନଥିବା ନେଇ ମେଡିକାଲର କର୍ମଚାରୀ କହିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ବାଲିଗୁଡ଼ା ଯିବା ଲାଗି ସେ ପରାମର୍ଶ ଦେଇଥିଲେ।

ଅର୍ଥାଭାବରୁ ମହିଳା ଜଣଙ୍କ ଅଟୋରେ ନିଜ ଘରକୁ ଫେରିବା ବେଳେ ଅଧାବାଟରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଦାରିଙ୍ଗବାଡ଼ି ଡାକ୍ତରଖାନାର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ।

The post ଡାକ୍ତର ନଥିବାରୁ ଫେରିବା ବାଟରେ ମୃତ ଶିଶୁକୁ ଜନ୍ମ ଦେଲେ ମହିଳା appeared first on Odisha Reporter.



from Odisha Reporter https://ift.tt/380HQZu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages