ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିସ୍ତୁକ ମାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିସ୍ତୁକ ମାଡ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କମ୍ପାନୀରେ ନିୟୋଜିତ ଠିକା ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିସ୍ତୁକ ମାଡ। ଏଥିରେ ମ୍ୟାନେଜର ଜଣଙ୍କ ଗୁରୁତର ହୋଇଥିବାବେଳେ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରୋଜେକ୍ଟ ମ୍ୟାନେଜର ଅଜୟ ମଜୁମଦାର ଗତ ୫ ଦିନ ତଳେ କମ୍ପାନୀରେ ଯୋଗ ଦେଇଥିଲେ। ଶୁକ୍ରବାର ଦିନ ଦ୍ୱିପ୍ରହରରେ କିଛି ଯୁବକ ହଠାତ କମ୍ପାନୀ ଭିତରେ ପଶି ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିସ୍ତୁକ ମାଡ ମାରିବା ପରେ ଫେରାର ହୋଇଯାଇଥିଲେ । ତେବେ ଦାଦାବଟି ଆଦାୟ କରିବା ଉଦ୍ଦେଶ୍ୟରେ ଯୁବକ ମାନେ ଏଭଳି କାଣ୍ଡ ଭିଆଇ ଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି । ଏନେଇ କମ୍ପାନୀ ପକ୍ଷରୁ ବାଲିମୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବାଲିମୀ ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଳାଇଛି ।

The post ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିସ୍ତୁକ ମାଡ appeared first on Odisha Reporter.



from Odisha Reporter https://ift.tt/3k69XsV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages