ଅନୁଗୋଳ (ଓଡ଼ିଶା ରିପୋର୍ଟର): ମାସ୍କ ଚେକିଂ ବେଳେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା । ଅନୁଗୋଳ କିଶୋରନଗର ଥାନା କଲେଜ ଛକ ସମ୍ମୁଖରେ ମାସ୍କ ଚେକିଂ ବେଳେ ଦୁଇ ଜଣ ବ୍ୟକ୍ତି ଉଠବସ୍ ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏକ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ପରେ ଭାଇରାଲ ହୋଇଛି। ଗତକାଲି କଲେଜ ଛକରେ ପୁଲିସ ଉପସ୍ଥିତିରେ ତହସିଲଦାର ମାସ୍କ ଚେକିଂ କରୁଥିଲେ। ମାତ୍ର ୨ଜଣ ବ୍ୟକ୍ତି ଏକ ବାଇକରେ ଆସିଥିବାବେଳେ ମାସ୍କ ଠିକରେ ପିନ୍ଧି ନଥିଲେ । ତେବେ ତହସିଲଦାରଙ୍କ ସହ କଣ କଥାବାର୍ତ୍ତା ହେଲା ତାହା ସ୍ପଷ୍ଟ ଜଣାପଡୁ ନଥିଲାବେଳେ ପରେ ଉଭୟ ଉଠବସ ହେଉଥିବା ଦୃଶ୍ୟ CCTV ଫୁଟେଜରେ ରହିଛି । ଏପଟେ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଦୁଇ ଜଣ ମାସ୍କ ଠିକ ଭାବେ ପିନ୍ଧି ନଥିଲେ, ସେମାନଙ୍କ ପଚାରିବାରୁ ନିଜେ ନିଜେ ଦୋଷ ସ୍ୱୀକାର କରିବା ସହ ଉଠବସ ହୋଇଥିଲେ। ଉଠବସ୍ ପାଇଁ ତାଙ୍କୁ କୁହାଯାଇନଥିଲା । ଏମିତିକି ଉପସ୍ଥିତ ପୁଲିସ ଉଠବସ୍ ନହେବାକୁ ସେମାନଙ୍କୁ ବାରଣ କରିଥିଲା।
The post ମାସ୍କ ନାହିଁ, ଉଠବସ୍ ହୁଅ: ଭାଇରାଲ ହେଲା ଦୃଶ୍ୟ appeared first on Odisha Reporter.
from Odisha Reporter https://ift.tt/3n3TMhE
No comments:
Post a Comment