ଏସ୍‌ସି-ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଏସ୍‌ସି-ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବନି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଏସ୍‌ସି -ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି। SC/ST ଉନ୍ନୟନ ବିଭାଗର ଏ ସଂପର୍କିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏ ସଂପର୍କିତ ଫାଇଲ୍‌କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ ପରେ ମିଳୁଥିବା ବୃତ୍ତି ରାଶିକୁ କମାଇବା ଦ୍ୱାରା ପିଲାମାନେ ନିରୁତ୍ସାହିତ ହେବେ ବୋଲି ଗତକାଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଅଭିଯୋଗ କରିଥିଲେ।

The post ଏସ୍‌ସି-ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବନି appeared first on Odisha Reporter.



from Odisha Reporter https://ift.tt/2U81gn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages