ମିଲିନ୍ଦଙ୍କ ନାଁରେ ଥାନାରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 6, 2020

ମିଲିନ୍ଦଙ୍କ ନାଁରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ନିକଟରେ ଗୋଆ ବିଚ୍‌ରେ ଉଲଗ୍ନ ହୋଇ ଦୌଡ଼ି ଥିଲେ। ଏହାର ଫଟୋ ସେ ସୋଶାଲ୍ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ଆଉ ଏବେ ଏହାକୁ ନେଇ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।


ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୋଆ ସୁରକ୍ଷା ମଞ୍ଚର ଅଭିଯୋଗ କ୍ରମେ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋଲ୍ୱା ଥାନାରେ ଆଇପିସିର ଧାରା ୨୯୪ ଓ ଆଇଟି ଆକ୍ଟର ଧାରା ୬୭ରେ ମିଲିନ୍ଦଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଅଶ୍ଳୀଳ ଅଭିନୟ ଓ ଗୀତ ପାଇଁ ଧାରା ୨୯୪ ଲଗାଯାଏ। ସେହିଭଳି ଅଶ୍ଳୀଳ ସାମଗ୍ରୀକୁ ଇଲେକ୍ଟ୍ରୋନିକ୍‌ ଉପାୟରେ ପ୍ରକାଶ କରିବା ଶେଆର କରିବା ପାଇଁ ଆଇଟି ଆକ୍ଟର ଧାରେ ୬୭ରେ ମାମଲା ରୁଜୁ କରାଯାଏ।

ନଭେମ୍ବର ୪ ତାରିଖରେ ନିଜର ୫୫ତମ ଜନ୍ମଦିନ ଅବସରରେ ମିଲିନ୍ଦ ଗୋଆ ବିଚ୍‌ରେ ଉଲଗ୍ନ ହୋଇ ୧୨ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଅଙ୍କିତା କନୱର ଫଟୋ ଉଠାଇଥିଲେ। ସୋଶାଲ୍ ମିଡିଆରେ ଫଟୋ ପୋଷ୍ଟ କରି ମିଲିନ୍ଦ ଲେଖିଥିଲେ- ମୋତେ ଜନ୍ମଦିନର ଶୁଭେଚ୍ଛା। ୫୫ ଓ ରନିଂ।


ତାଙ୍କ ପତ୍ନୀ ମଧ୍ୟ ଉଭୟଙ୍କର କିଛି ରୋମାଣ୍ଟିକ୍ ଓ ବୋଲ୍ଡ ଅନ୍ଦାଜର ଫଟୋ ଉଠାଇ ସୋଲ୍ ମିଡିଆରେ ପୋଷ୍ଟ କରିଥିଲେ। ଉକ୍ତ ଫଟୋ ପୋଷ୍ଟ କରି ସେ ମିଲିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

The post ମିଲିନ୍ଦଙ୍କ ନାଁରେ ଥାନାରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3k8yz3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages