ଲାଲୁଙ୍କ ଅଡିଓ କ୍ଲିପର ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ଲାଲୁଙ୍କ ଅଡିଓ କ୍ଲିପର ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଜେଲ୍‌ରେ ଥାଇ ଏନଡିଏ ବିଧାୟକଙ୍କୁ ଫୋନ କରି ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ବୁଧବାର ଲାଲୁ ଫୋନ ଯୋଗେ ବିଧାୟକଙ୍କୁ ପ୍ରଲୋଭିତ କରୁଥିବାର ଅଡିଓ କ୍ଲିପ ଭାଇରାଲ ହୋଇଥିଲା।

ଏବେ ଘଟଣାର ତଦନ୍ତ ପାଇଁ ଝାରଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବର୍ସାମୁଣ୍ଡା ଜେଲ୍‌ରେ ରହିଥିଲେ।  କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ ଆରଆଇଏମର ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖାଯାଇଛି।

ଆଇଜି(ଜେଲ୍‌) ବୀରେନ୍ଦ୍ର ଭୂଷଣ କହିଛନ୍ତି, ରାଞ୍ଚର ଡେପୁଟି କମିଶନର, ଏସ୍‌ପି ଓ ବର୍ସାମୁଣ୍ଡା ଜେଲ୍‌ର ସୁପରିନଟେଣ୍ଡେଣ୍ଟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଜି ଆହୁରି କହିଛନ୍ତି, ଭାଇରାଲ ହେଉଥିବା ଅଡିଓ କ୍ଲିପକୁ ସେ ନିଜେ ମଧ୍ୟ ଶୁଣିଛନ୍ତି। ଜେଲ ମାନ୍ୟୁଆଲ ଅନୁଯାୟୀ, କୌଣସି କଏଦୀ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ। ତେଣୁ ଏବେ ଅଡିଓ କ୍ଲିପ ଅଭିଯୋଗ ଯଦି ସତ ହୁଏ, ତା’ହେଲେ ମୋବାଇଲ ଫୋନ ଲାଲୁଙ୍କ ପାଖକୁ କେମିତି ଆସିଲା ଓ ଏଥିପାଇଁ ଦାୟୀ କିଏ, ତା’ର ତଦନ୍ତ କରାଯିବ।

ବିଚାର ବିଭାଗୀୟ ହାଜତରେ ଥିବା ବେଳେ ରାଜନୀତିକ ଆଲୋଚନା କରାଯାଇ ପାରିବ ନାହିଁ। ଲାଲୁ ପ୍ରସାଦ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ ଆରଆଇଏମର ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରହୁଛନ୍ତି। ଲାଲୁଙ୍କ ପାଖକୁ କିଏ ଯାଇ ପାରିବେ, ତା’ର ନିଷ୍ପତ୍ତି ରାଞ୍ଚ ପ୍ରଶାସନ ନେଇଥାଏ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଝାରଖଣ୍ଡ ହାଇକୋର୍ଟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ତୁରନ୍ତ ତାଙ୍କୁ ଜେଲ ହାଜତକୁ ପଠାଇବା ପାଇଁ ଏଥିରେ ଆବେଦନ କରାଯାଇଛି।

ଗତକାଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଗୋଟିଏ ଅଡିଓ କ୍ଲିପ ଜାରି କରିଥିଲେ। ଏଥିରେ ଜେଲ୍‌ରେ ରହି ଲାଲୁ ବିଜେପିର ଜଣେ ବିଧାୟକଙ୍କୁ ଫୋନ କରି ଆରଜେଡିକୁ ସମର୍ଥନ କରିବାକୁ ପ୍ରଲୋଭନ ଦେଖାଉଥିବା ସେ ଅଭିଯୋଗ କରିଥିଲେ। ବୁଧବାର ବିହାର ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ ହେବାର ଥିଲା, ଏହି ସମୟରେ ଲାଲୁ ଉକ୍ତ ବିଜେପି ବିଧାୟକଙ୍କୁ ଅନୁପସ୍ଥିତ ରହିବାକୁ ପରାମର୍ଶ ଦେଉଥିବା ସୁଶୀଲ ମୋଦି ଅଭିଯୋଗ କରିଥିଲେ।

ଅଡିଓ ଟେପ ଆଧାରରେ ସୁଶୀଲ ମୋଦି କହିଥିଲେ ଯେ ଲାଲୁ ପ୍ରସାଦ ଯାଦବ ଏବେ ଏନଡିଏ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ସେ ଜେଲ୍‌ରୁ ବିଜେପି ବିଧାୟକ ଲଲନ ପାଶ୍ୱାନଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ଲଲନଙ୍କୁ ପ୍ରଲୋଭିତ କରି ନିଜ ଆଡ଼ୁ ଆଣିବାକୁ ଚେଷ୍ଟା କରିଥିଲେ। ଅଡିଓ ଟେପ୍‌ଟିରେ ଲାଲୁ ଯାଦବ ଓ ବିଧାୟକ ଲଲନ ପାଶ୍ୱାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ କରାଯାଇଥିବା ଦାବି କରାଯାଇଛି।

ଏଥିସହ ସୁଶୀଲ ମୋଦି କହିଥିଲେ, ଲାଲୁ ଯାଦବ ରାଞ୍ଚି ଜେଲ୍‌ରେ ରହିଥିଲେ ହେଁ 8051216302 ନମ୍ବରରୁ ଏନଡିଏ ବିଧାୟକଙ୍କୁ କଲ କରିଥିଲେ। ଏଥିସହ ତାଙ୍କୁ ନିଜ ଆଡ଼କୁ ପ୍ରଲୋଭିତ କରି ମନ୍ତ୍ରୀ ପଦ ମିଳିବ ବୋଲି କହିଥିଲେ। ମୁଁ ଯେତେବେଳେ ଏହି ନମ୍ବରକୁ ଫୋନ କଲି, ଲାଲୁ ଏହାକୁ ଉଠାଇଥିଲେ। ମୁଁ ତାଙ୍କୁ କହିଥିଲି ଯେ ଜେଲ୍‌ରେ ରହି ଏଭଳି ଖରାପ ପ୍ରୟାସ କରନ୍ତୁ ନାହିଁ। ଆପଣ କେବେ ହେଲେ ଆପଣଙ୍କ ଯୋଜନାରେ ସଫଳ ହୋଇପାରିବେ ନାହିଁ।

The post ଲାଲୁଙ୍କ ଅଡିଓ କ୍ଲିପର ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/2JivXDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages