ପରୀ ହତ୍ୟା ମାମଲା ନେଇ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ- ୪ ମାସ ହେଲା କ’ଣ ତଦନ୍ତ ଚାଲିଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ପରୀ ହତ୍ୟା ମାମଲା ନେଇ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ- ୪ ମାସ ହେଲା କ’ଣ ତଦନ୍ତ ଚାଲିଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଦୀର୍ଘ ୪ ମାସ ହେଲା  ଗୁହାରି କରି ଶେଷରେ ତାଙ୍କ ବାପାମା’ ଆତ୍ମାହୁତି ଉଦ୍ୟମ କରିବା ପରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି। ପୁଲିସ୍‌ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ନେଇ ପରୀର ବାପାମା’  ଅଭିଯୋଗ ଆଣୁଥିବା ବେଳେ  ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି।

ତେବେ ଏନେଇ ବିଧାନସଭାରେ ଗୃହ  ରାଷ୍ଟ୍ରମନ୍ତ୍ରୀ ରଖିଥିବା ମନ୍ତବ୍ୟ ଦୁଃଖଦାୟକ  ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଗତ ୪ ମାସ ହେଲା ଏହି ହତ୍ୟାକାଣ୍ଡର କି ପ୍ରକାର ଅନୁସନ୍ଧାନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନେ ଦଣ୍ଡିତ ହେବା ଦରକାର ବୋଲି ମଧ୍ୟ ମନ୍ତ୍ରୀ  ପ୍ରଧାନ ନିଜ ମନ୍ତବ୍ୟରେ କହିଛନ୍ତି ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ତଦନ୍ତରେ ଶିଥିଳତା ଅଭିଯୋଗ ଆଣି ତାଙ୍କ ବାପା-ମା’  ଗତ ମଙ୍ଗଳବାର ବିଧାନସଭାର ସୁରକ୍ଷା ବଳୟ ଡେଇଁ ଦେହରେ ଡିଜେଲ୍‌ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଥିବା ନେଇ ତାଙ୍କ ବାପାମା’ ସଙ୍ଗିନ ଅଭିଯୋଗ ଆଣିଥିଲେ।

ଏହାପରେ ବିରୋଧୀଙ୍କ ଚାପ ପରେ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତି ରଖି  ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ।  ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଯଥା ଶୀଘ୍ର ଥାନାକୁ ଯାଇ ସେଠାରୁ କ୍ରାଇମବ୍ରାଞ୍ଚ ଏହି ମାମଲା ସଂପର୍କିତ ତଥ୍ୟ ସଂଗ୍ରହ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ।

ସେପଟେ ପରୀର ବାପା ଆଉ ଏକ ସଂଗୀନ ଅଭିଯୋଗ କରିଛନ୍ତି  ସେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ପିଲାଚୋରି ରାକେଟରେ  ସଂପୃକ୍ତ ଅଛି।  ସେ କିଡନୀ ଓ ଆଖି ବିକ୍ରି କରିଥାଏ  ସେପଟେ ବାବୁଲିକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ବିଜେପି ବିକ୍ଷୋଭ କରିଥିଲା।

 

The post ପରୀ ହତ୍ୟା ମାମଲା ନେଇ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ- ୪ ମାସ ହେଲା କ’ଣ ତଦନ୍ତ ଚାଲିଥିଲା appeared first on Odisha Reporter.



from Odisha Reporter https://ift.tt/3m9VcH5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages