ଆରଟିଆଇ ଜରିଆରେ ସ୍ୱାମୀର ଦରମା ଜାଣିପାରିବେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଆରଟିଆଇ ଜରିଆରେ ସ୍ୱାମୀର ଦରମା ଜାଣିପାରିବେ ସ୍ତ୍ରୀ

ଯୋଧପୁର: ସ୍ୱାମୀର ଦରମା ବାବଦରେ ଜାଣିବାର ଅଧିକାର ସ୍ତ୍ରୀ ପାଖରେ ରହିଛି। ଜଣେ ମହିଳା ଚାହିଁଲେ ତାଙ୍କ ସ୍ୱାମୀଙ୍କ ଦରମା ସୂଚନା ଅଧିକାର ଆଇନ୍ ବା ଆରଟିଆଇ ଜରିଆରେ ଜାଣିପାରିବେ। ସେଣ୍ଟ୍ରାଲ ଇନଫରମେସନ କମିଶନ (ସିଆଇସି) ଏକ ଆରଟିଆଇ ଆବେଦନକୁ ଅଗ୍ରାହ୍ୟ କରିବାର କାରଣ କହିବା ଅବସରରେ ଏହି ସୂଚନା ଦେଇଛନ୍ତି।

ରାଜସ୍ଥାନ ଯୋଧପୁରର ଜଣେ ମହିଳା ଅନ୍ୟ ଜଣଙ୍କ ମାଧ୍ୟମରେ ଆରଟିଆଇ ଜରିଆରେ ତାଙ୍କ ସ୍ୱାମୀଙ୍କ ଦରମା, କେତେ ଟ୍ୟାକ୍ସ ଦେଉଛନ୍ତି ଆଦି ଜାଣିବାକୁ ଆବେଦନ କରିଥିଲେ। ଏହାପରେ ସିଆଇସି ମହିଳାଙ୍କ ସ୍ୱାମୀଙ୍କୁ ଏ ବାବଦରେ ଅବଗତ କରାଇଥିଲା। ଏମିତିକି ମହିଳାଙ୍କ ସ୍ୱାମୀ ଓ ଇନକମ ଟ୍ୟାକ୍ସ ଅଧିକାରୀ ମଧ୍ୟ ସୂଚନା ଦେବାକୁ ମନା କରି ଦେଇଥିଲେ। ଏହା ବ୍ୟକ୍ତିଗତ ତେଣୁ ସାର୍ବଜନୀନ କରାଯିବନି ବୋଲି ସେ କହିଥିଲେ।

ସିଆଇସି ଏହାପରେ ଜବାବରେ କହିଥିଲେ ଜଣେ ମହିଳା ନିଜେ ଆରଟିଆଇରେ ଆବେଦନ କରି ତାଙ୍କ ସ୍ୱାମୀର ଦରମା ଜାଣିପାରିବେ। ହେଲେ ତୃତୀୟ ପକ୍ଷ ଦ୍ୱାରା ଆବେଦନ କଲା ଏହା ଖାରଜ ହେବ।

The post ଆରଟିଆଇ ଜରିଆରେ ସ୍ୱାମୀର ଦରମା ଜାଣିପାରିବେ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/36RjiQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages