ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ । ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ଏକା ସାଙ୍ଗରେ ଛଅ ଛଅଟି ସ୍ଥାନରେ ଚଢାଉ ଚାଲିଛି।
କଟକ ଭିଜିଲାନ୍ସ ଶାଖାରେ ଚନ୍ଦ୍ରମଣିଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚନ୍ଦ୍ରମଣିଙ୍କ ତାଳଚେରସ୍ଥିତ ଅଫିସ, ଢେଙ୍କାନାଳ ସହରର ଟାଉନ ପ୍ଲାନିଙ୍ଗସ୍ଥିତ ବାସଭବନ,ଷ୍ଟେସନ ବଜାର ସ୍ଥିତ ଘର,ମହାବିର ବଜାରସ୍ଥିତ ଶ୍ୱଶୁର ଘର , ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ଚଢାଉ ଚାଲିଛି।
The post ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକ ସଙ୍ଗେ ୬ଟି ସ୍ଥାନରେ ରେଡ୍ appeared first on Odisha Reporter.
from Odisha Reporter https://ift.tt/3pEsm44
No comments:
Post a Comment