ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏବେ ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ଯାଏ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ପାର କରି ନଥିଲା।
ଏହି ବିରଳ ରେକର୍ଡ ପାଇଁ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଦାସଙ୍କର ମଧ୍ୟ ସ୍ୱତନ୍ତ୍ର ଟ୍ୱିଟର ହ୍ୟାଣ୍ଡେଲ ରହିଛି। ଏହାକୁ ୧.୩୭ ଲକ୍ଷ ଲୋକ ଅନୁସରଣ କରୁଛନ୍ତି। ଶ୍ରୀ ଦାସ ଟ୍ୱିଟ କରି କହିଛନ୍ତି, “ଆରବିଆଇ ଟ୍ୱିଟର ଆକାଉଣ୍ଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ପାର କରିଛି। ଏହା ଏକ ନୂଆ କୀର୍ତ୍ତିମାନ। ଆରବିଆଇରେ ମୋର ସମସ୍ତ ସହଯୋଗୀଙ୍କୁ ମୁଁ ଏହି ଅବସରରେ ଶୁଭେଚ୍ଛା ଜଣାଉଛି।”
ପୂର୍ବରୁ ଆମେରିକା ଫେଡରାଲ ରିଜର୍ଭ ଓ ୟୁରୋପିଆନ କେନ୍ଦ୍ରୀୟ ବ୍ୟାଙ୍କ ଟ୍ୱିଟର ଅନୁଗାମୀଙ୍କ ତାଲିକାରେ ଆରବିଆଇ ଠାରୁ ଆଗରେ ରହିଥିଲେ। ହେଲେ ଉଭୟଙ୍କୁ ଆରବିଆଇ ପଛରେ ପକାଇ ରେକର୍ଡ କରିଛି। ବର୍ତ୍ତମାନ ଆରବିଆଇର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ୫୧୩ ରହିଛି।
The post ଇତିହାସ ସୃଷ୍ଟି କଲା ଆରବିଆଇ appeared first on Odisha Reporter.
from Odisha Reporter https://ift.tt/35SoB34
No comments:
Post a Comment