ଅସଦାଚରଣ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ଅସଦାଚରଣ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ଅଭିନେତ୍ରୀ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍-୯ ଫେମ୍ ତଥା ଅଭିନେତ୍ରୀ ମନ୍ଦନା କରିମ । ପ୍ରଯୋଜକ ମହେନ୍ଦ୍ର ଧରିୱାଲ ଶୁଟିଂ ସେଟ୍ ରେ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଫିଲ୍ମ ‘କୋକା କୋଲା’ର ଶୁଟିଂ ସମୟରେ ମନ୍ଦନା ନିଜ ଭ୍ୟାନିଟି ଭ୍ୟାନରେ ଡ୍ରେସ ବଦଳାଇବାକୁ ଯାଇଥିଲେ । ଏହି ସମୟରେ ଫିଲ୍ମ ପ୍ରଯୋଜକ ତାଙ୍କ ଭ୍ୟାନ ଭିତରକୁ ଆସି ତାଙ୍କ ସହ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଦୀପାବଳି ପୂର୍ବଦିନ ଏହି ଘଟଣା ଘଟିଥିବା ସେ କହିଛନ୍ତି।

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ମହେନ୍ଦ୍ର । ସେ କହିଛନ୍ତି, ଦୀପାବଳି ପୂର୍ବଦିନ ତଥା ୧୩ ତାରିଖ ଦିନ ରାତିରେ ଫିଲ୍ମ ଶୁଟିଂ ଚାଲିଥିଲା। କିନ୍ତୁ ମନ୍ଦନା ତାଙ୍କ ସିଫ୍ଟ ପୂରଣ ହେବାର ଏକ ଘଂଟା ପୂର୍ବରୁ ନିଜ ଭ୍ୟାନିଟି ଭିତରକୁ ଚାଲିଯାଇଥିଲେ ।  ଏହାପରେ ସେ ମନ୍ଦନାଙ୍କୁ ଶୁଟିଂ ଶେଷ କରିବାକୁ ଆଉ ୧୫ ମିନିଟ୍ ସମୟ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ(ମନ୍ଦନା) ରାଜି ହୋଇନଥିଲେ । ଫଳରେ ରାଗି ଯାଇ ମୁଁ ତାଙ୍କ ଉପରେ ଚିଲ୍ଲେଇ ଦେଇଥିଲି ବୋଲି ମହେନ୍ଦ୍ର କହିଛନ୍ତି ।

ସୂଚନା ଯୋଗ୍ୟ ଯେ , ମନ୍ଦନା କରିମ ‘ଭାଗ ଜନି’ ଏବଂ ‘ମେଁ ଔର ଚାର୍ଲସ’ ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି । ଆଗକୁ ତାଙ୍କର  ‘କୋକା କୋଲା’ ଫିଲ୍ମ ଆସୁଛି । ଏଥିରେ ମନ୍ଦନାଙ୍କ ସହ ସନ୍ନି ଲିଓନି ମଧ୍ୟ ପ୍ରମୁଖରେ ଭୂମିକାରେ ନଜର ଆସିବେ ।

The post ଅସଦାଚରଣ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/2Hr1TFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages