ଭାରତ-ପାକ-ବାଂଲାଦେଶ ଏକାଠି ହେବା ଦରକାର, ବିଜେପିକୁ କହିଲେ ମହାରାଷ୍ଟ୍ର ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ଭାରତ-ପାକ-ବାଂଲାଦେଶ ଏକାଠି ହେବା ଦରକାର, ବିଜେପିକୁ କହିଲେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ସର୍ବଦା ଅଖଣ୍ଡ ଭାରତ କଥା କହୁଥିବା ବିଜେପିକୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମାଲିକ ବଡ଼ ଆହ୍ୱାନ ଦେଇଛନ୍ତି। ଯଦି ବିଜେପି ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ଏକାଠି କରି ଗୋଟିଏ ଦେଶ ତିଆରି କରିପାରିବ, ତା’ହେଲେ ଏହାକୁ ତାଙ୍କ ଦଳ ଏନସିପି ନିଶ୍ଚିତ ଭାବେ ସ୍ୱାଗତ କରିବ ବୋଲି ସେ କହିଛନ୍ତି।

ପାକିସ୍ତାନର କରାଚି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ବେଳେ ନୱାବ ମାଲିକ ଏପରି କହିଛନ୍ତି। ସେ କହିଛନ୍ତି, “ଦେବେନ୍ଦ୍ରଜୀ କହୁଛନ୍ତି ଯେ ସମୟ ଆସିଲେ କରାଚି ଭାରତରେ ସାମିଲ ହୋଇଯିବ। ଏହା ନିଶ୍ଚିତ ଭାବେ ଏକ ଭଲ କଥା। ଆମେ ଦାବି କରୁଛୁ ଯେ ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ମିଶାଇ ଦିଆଯାଉ।

ଯଦି ବର୍ଲିନ ପାଚେରୀକୁ ଭାଙ୍ଗି ଦିଆଯାଇ ପାରିଲା, ତା’ହେଲେ କାହିଁକି ଭାରତ-ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇପାରିବେ ନାହିଁ? ଯଦି ବିଜେପି ସତରେ ଏପରି କିଛି କରି ୩ ଦେଶକୁ ମିଶାଇ ଗୋଟିଏ ରାଷ୍ଟ୍ର ଗଠନ କରିଦେବ, ତା’ହେଲେ ଆମେ ଏହାକୁ ନିଶ୍ଚିତ ଭାବେ ସ୍ୱାଗତ କରିବୁ।”

ବିଏମସି ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ନିର୍ବାଚନ ପାଇଁ ଆହୁରି ୧୫ ମାସ ସମୟ ରହିଛି। ପ୍ରତଟି ଦଳ ସେମାନଙ୍କ ସଂଗଠନ ପାଇଁ କାମ କରିଥିବାର ଅଧିକାର ପାଇଛନ୍ତି। ସବୁ ଦଳ ସେଭଳି କାମ ମଧ୍ୟ କରୁଛନ୍ତି।

ଆମେ ମଧ୍ୟ ଆମ ଦଳକୁ ସଶକ୍ତ କରିବାକୁ ଚାହୁଁଛୁ। ଆମେ ସରକାରରେ ଥିବା ସମସ୍ତ ଦଳକୁ ଏକାଠି ଚାହୁଁଛୁ। ତେଣୁ ସରକାରରେ ଥିବା ୩ଟି ଯାକ ଦଳ(କଂଗ୍ରେସ, ଶିବସେନା ଓ ଏନସିପି) ଏକାଠି ନିର୍ବାଚନ ଲଢ଼ିବେ ବୋଲି ସେ ସୂଚନା ଦେଇଛନ୍ତି।

The post ଭାରତ-ପାକ-ବାଂଲାଦେଶ ଏକାଠି ହେବା ଦରକାର, ବିଜେପିକୁ କହିଲେ ମହାରାଷ୍ଟ୍ର ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2KmUvw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages