ସଲ୍‌ମାନ୍‌ଙ୍କ କଥା ଶୁଣି ଛଳଛଳ ହୋଇଯାଇଥିଲା କରଣଙ୍କ ଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ସଲ୍‌ମାନ୍‌ଙ୍କ କଥା ଶୁଣି ଛଳଛଳ ହୋଇଯାଇଥିଲା କରଣଙ୍କ ଆଖି

ମୁମ୍ବାଇ: ୧୯୯୮ ମସିହାରେ ଫିଲ୍ମ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ କରଣ ଜୋହର। ସେହି ବର୍ଷ ରିଲିଜ୍ ହୋଇଥିଲା ତାଙ୍କ ପ୍ରଥମ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’। ଫିଲ୍ମଟି ସୁପରହିଟ୍ ହୋଇଥିଲା। ଆଉ ପ୍ରଥମ ଫିଲ୍ମରୁ ଷ୍ଟାର ନିର୍ଦ୍ଦେଶକ ପାଲଟି ଯାଇଥିଲେ କରଣ। ବଡ଼ ବଡ଼ ଷ୍ଟାରଙ୍କୁ ନେଇ ସେ ଏହି ଫିଲ୍ମ କରିଥିଲେ। ଫିଲ୍ମରେ ଶାହାରୁଖ ଖାନ୍, କାଜୋଲ, ସଲ୍‌ମାନ୍ ଖାନ୍‌ ଓ ରାଣୀ ମୁଖାର୍ଜୀ ଥିଲେ। ତେବେ ଏହି ଫିଲ୍ମର ଶୁଟିଂ ବେଳେ ଏମିତି ଏକ ଘଟଣା ଘଟିଥିଲା, ଯେଉଁଥିରେ କରଣ ଜୋହର କାନ୍ଦ କାନ୍ଦ ହୋଇଯାଇଥିଲେ। ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା।

ସେଦିନ ଫିଲ୍ମର ଗୋଟିଏ ଗୀତ ‘ସାଜନ୍ ଜୀ ଘର ଆଏ’ର ଶୁଟିଂ ହେବାର ଥିଲା। ଏଥିପାଇଁ ସେଟ୍ ପ୍ରସ୍ତୁତ ହୋଇସାରିଥିଲା। ସଲ୍‌ମାନ୍‌ ସୁଟ୍‌ ପିନ୍ଧି ଏହି ଗୀତରେ ଏଣ୍ଟ୍ରି କରିବେ ବୋଲି କରଣ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ଶୁଟିଂ ଆରମ୍ଭ ହେବା ଠିକ୍ ପୂର୍ବରୁ ସଲ୍‌ମାନ୍ ତାଙ୍କ କଥାରେ ଏକମତ ହୋଇ ନଥିଲେ। ସେ କହିଥିଲେ ଯେ ଯେହେତୁ ଉକ୍ତ ଚରିତ୍ରଟି ବିଦେଶରୁ ଆସିଛି, ତେଣୁ ସେ ଶର୍ଟସ୍ ପିନ୍ଧି ଏଣ୍ଟ୍ରି କରିବା ଉଚିତ୍ ହେବ। ଏହା ଶୁଣି କରଣଙ୍କ ହୋଶ୍ ଉଡ଼ିଗଲା। ସେ ସଲ୍‌ମାନ୍‌ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଯେ ସିନ୍‌ରେ ଏକ ବିବାହ ଉତ୍ସବର ମାହୋଲ ରଖାଯାଇଛି। ଆଉ ଏଭଳି ସିନ୍‌ରେ ଶର୍ଟସ୍‌ ପିନ୍ଧି ଏଣ୍ଟ୍ରି କରିବା ଠିକ୍ ହେବ ନାହିଁ। କିନ୍ତୁ ସଲ୍‌ମାନ୍ ନିଜ ଜିଦ୍‌ରେ ଅଟଳ ରହିଲେ।

ଏହା ପରେ କରଣ ଚିନ୍ତିତ ହୋଇପଡ଼ିଲେ। ସେ କ’ଣ କରିବେ କିଛି ଜାଣିପାରୁ ନଥିଲେ। କାରଣ ସେ ତାଙ୍କର ପ୍ରଥମ ଫିଲ୍ମକୁ ତାଙ୍କ ଯୋଜନା ପ୍ରକାରେ କରିବାକୁ ଚାହୁଁଥିଲେ। ସେଥିରେ କିଛି ପରିବର୍ତ୍ତନ କରିବାକୁ ଚାହୁଁ ନଥିଲେ। କରଣଙ୍କୁ ଲାଗୁଥିଲା ଶର୍ଟସ୍‌ ପିନ୍ଧି ସଲ୍‌ମାନ୍ ଏହି ସିନ୍‌ରେ ଏଣ୍ଟ୍ରି କଲେ ପୂରା ଫିଲ୍ମଟି ଖରାପ ହୋଇଯାଇପାରେ। ଅପରପକ୍ଷରେ ସେ ସଲ୍‌ମାନ୍‌ଙ୍କ ଭଳି ଷ୍ଟାରଙ୍କୁ ଅସନ୍ତୁଷ୍ଟ ବି କରିବାକୁ ଚାହୁଁ ନଥିଲେ। କାରଣ ଯେତେବେଳେ ଫିଲ୍ମଟିର ସେହି ଛୋଟ ଚରିତ୍ରଟିକୁ କରିବାକୁ ସମସ୍ତେ ମନା କରି ଦେଇଥିଲେ, ସଲ୍‌ମାନ୍ ହଁ ଭରିଥିଲେ। ତେଣୁ ସେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। କିଛି ଉପାୟ ନ ପାଇ ସେ ଶୁଟିଂ ସେଟ୍‌ର ଗୋଟିଏ କୋଣରେ ଯାଇ ଚୁପ୍ ହୋଇ ବସିଥିଲେ। ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ଆଉ ଶୁଟିଂ ସେଟ୍‌ର ମାହୋଲ ବି ବଦଳି ଯାଇଥିଲା।

କିଛି ସମୟ ପରେ ସଲ୍‌ମାନ୍‌ ତାଙ୍କୁ ଡାକିଥିଲେ ଓ କହିଥିଲେ ଯେ ସେ କେବଳ ମଜା କରୁଥିଲେ। ଆଉ ଏଭଳି କରିବା ପଛରେ ତାଙ୍କର ଏକ ଉଦ୍ଦେଶ୍ୟ ଥିଲା। କରଣଙ୍କର ଏହା ପ୍ରଥମ ଫିଲ୍ମ ଥିଲା। ଅନେକ ସମୟରେ ନିର୍ଦ୍ଦେଶକଙ୍କ ଯୋଜନା ଅନୁଯାୟୀ ଷ୍ଟାର କଳାକାରମାନେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭିନ୍ନ ମତ ରଖନ୍ତି ଓ ସେଥିରେ ଅଟଳ ରୁହନ୍ତି। ଏମିତି ସ୍ଥିତି କେବେ ନା କେବେ ଉପୁଜିପାରେ ଓ ଏହାକୁ ସାମ୍ନା କରିବାକୁ ପଡ଼ିବ ବୋଲି କରଣଙ୍କୁ ସଲ୍‌ମାନ୍‌ ବୁଝାଇବାକୁ ଚାହୁଁଥିଲେ।

ସଲ୍‌ମାନ୍‌ଙ୍କ ଠାରୁ ଏହି କଥା ଶୁଣିବା ପରେ କରଣ ଖୁସି ହୋଇଯାଇଥିଲେ। ତାଙ୍କ ମୁହଁରେ ହସ ଫୁଟି ଥିଲା ଓ ଶୁଟିଂ ଆରମ୍ଭ ହୋଇଥିଲା।

The post ସଲ୍‌ମାନ୍‌ଙ୍କ କଥା ଶୁଣି ଛଳଛଳ ହୋଇଯାଇଥିଲା କରଣଙ୍କ ଆଖି appeared first on Odisha Reporter.



from Odisha Reporter https://ift.tt/37olCyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages