ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା

ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ ।

ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ଭୁଲ ଇଞ୍ଜେକସନ ଯୋଗୁ ରେଖା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ମାନସ ଅଭିଯୋଗ କରିଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୁଲିସ୍‌ ମୁତନ କରାଯାଇଛି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାତ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଅାସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

The post ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା appeared first on Odisha Reporter.



from Odisha Reporter https://ift.tt/3788oWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages